ଯାଜପୁର : ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତକାଲି ଜିଲ୍ଲାରେ ଆଉ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ଆଉ ଆଜି ଜିଲ୍ଲାର ଦଶରଥପୁର ବ୍ଲକର ୨ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। .ଏହି ଦୁଇ ପଞ୍ଚାୟତ ହେଉଛି- କଟିକଟା ଓ ମଲ୍ଲିକାପୁର ପଞ୍ଚାୟତ। ଏହି ଦୁଇ ପଞ୍ଚାୟତ ଆଜି ସକାଳ ୮ଟାରୁ ୧୦ ତାରିଖ ସକାଳ ୮ଟା ଯାଏ କଣ୍ଟେନମେଣ୍ଟ ଜୋନ୍ରେ ରହିବ। କଟିକଟା ପଞ୍ଚାୟତର କଟିକଟା ଓ ବିହିପୁର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ମଲ୍ଲିକାପୁର ପଞ୍ଚାୟତର ମହାନ୍ତିପାଟଣା ଓ ମଲ୍ଲିକାପୁର ଗାଁର କିଛି ଅଂଶ କଣ୍ଟେନମେଣ୍ଟ ଜୋନ୍ରେ ରହିଛି। ପୂର୍ବରୁ ବିରଜାପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ତେବେ ଆସନ୍ତା ୧୦ ତାରିଖ ଯାଏ ବିରଜାପୁରରେ ମଧ୍ୟ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ।ଅନ୍ୟପକ୍ଷରେ ଜିଲ୍ଲାରେ ସକାଳ ୬ଟାରୁ ଦିନ ୧୧ଟା ଯାଏ ଦୋକାନ ଖୋଲା ରହିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏହି ଦୋକାନ ଗୁଡ଼କ ହେଉଛି- ଔଷଧ, ପାଥୋ ଲ୍ୟାବ୍, ଗ୍ରୋସରୀ ଓ ପରିବା ଦୋକାନ, କୃଷି ଉପକରଣ, LPG ଗ୍ୟାସ୍ ଏଜେନ୍ସି, ଫ୍ୟାନ୍ ମରାମତି ଦୋକାନ, ମୋବାଇଲ୍ ରିଚାର୍ଜ, ସାଇକେଲ୍ ମରାମତି, ଫଳ ଓ କ୍ଷୀର ଦୋକାନ। କେବଳ ବୁଧବାର, ଶୁକ୍ରବାର ଓ ରବିବାର ଆମିଷ ଦୋକାନ ଖୋଲା ରହିବ। ଏଥିସହ ରବିବାର ଦିନ ବହି ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଜାତୀୟ ରାଜପଥରେ ନିର୍ଦ୍ଦିଷ୍ଟ ଅନୁମତିପ୍ରାପ୍ତ ଢାବା ଖୋଲା ରହିବ। ମ୍ୟୁନିସପାଲ୍ ଓ ବ୍ଲକ ଏରିଆରେ ପେଟ୍ରୋଲ୍ ପମ୍ପ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲିବ। ତେବେ ଜିଲ୍ଲାର କଣ୍ଟେନମେଣ୍ଟ ଅଞ୍ଚଳରେ କୌଣସି ଦୋକାନ ଖୋଲିବ ନାହିଁ।
ଯାଜପୁରର ଆଉ ୨ଟି ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Josie Armstrong on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Eltonminee on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- DonaldTiz on ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !
- chicken-road_esKa on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- chicken-road_vskl on ଆଜିର ରାଶିଫଳ
