କଟକ : ନରସିଂହପୁରରେ ସଭା ଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡିରେ ବସି ହେଲିପ୍ୟାଡ୍ ଅଭିମୁଖେ ଯାଉଥିଲେ। ହଠାତ୍ ଜଣେ ଦିବ୍ୟାଙ୍ଗ ଭିଡ ଭିତରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ପଛରେ ଦୌଡି ଥିଲେ। ଦିବ୍ୟାଙ୍ଗ ଲିପୁନା ପ୍ରତିହାରୀ (୩୦) ଗାଡ଼ି ପଛରେ ଦୌଡୁଥିବା ଦେଖି ପୁଲିସ ବାବୁମାନେ ବି ଚିନ୍ତାରେ ପଡି ଯାଇଥିଲେ। ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲିପୁନ୍ ଗୋଟିଏ ଗୋଡରେ ଛୋଟେଇ ଛୋଟେଇ ଦୌଡୁଥିବା ଦେଖି ମୁଖ୍ୟମନ୍ତ୍ରୀଙ୍କ ଗାଡି ଅଟକି ଯାଇଥିଲା। ଲିପୁନ୍ଙ୍କୁ ପାଖକୁ ଡାକି ମୁଖ୍ୟମନ୍ତ୍ରୀ ତାଙ୍କ କଥା ଶୁଣିଲେ। ଲିପୁନ୍ ସବୁଦିନ ଭିକ୍ଷାବୃତ୍ତି କରି ଯାହା ପାଆନ୍ତି ତାକୁ ନେଇ ତାଙ୍କ ପରିବାର ଚଳେ। ପରିବାର କହିଲେ ସ୍ତ୍ରୀ ଓ ୪ ମାସର ଛୋଟ ପୁଅ। ତାଙ୍କ ସ୍ତ୍ରୀ ମଧ୍ୟ ଦିବ୍ୟାଙ୍ଗ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଘର, ଭତ୍ତା ଦେଉଛନ୍ତି। ତେଣୁ ମୋତେ ବି ଘର ଖଣ୍ଡେ ଦିଅନ୍ତୁ ବୋଲି ଗୁହାରୀ କରିଥିଲେ ଲିପୁନ। ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ନରସିଂହପୁର ବିଡିଓ ପ୍ରଶାନ୍ତ କୁମାର ତରାଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଜୟ ନବୀନ ଜୟ ନବୀନ କହି ଖୁସିରେ ନାରା ଦେଇଥିଲେ ଲିପୁନ୍।
ମୁଖ୍ୟମନ୍ତ୍ରୀ ଦେଖାଇଲେ ମାନବିକତା । ନିଜ ଗାଡି ପଛରେ ଦିବ୍ୟାଙ୍ଗ ଦୌଡୁଥିବାର ଦେଖି ଅଟକି ଗଲେ ନବୀନ,ତୁରନ୍ତ ସମସ୍ୟାର ସମାଧାନ ଲାଗି
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- kypit spectehniky_jbkt on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- reiting kripto BK_erKa on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- bk Litvi_yfMa on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- nodedrive on ଆଜିର ରାଶିଫଳ
- hashtools on ଆଜିର ରାଶିଫଳ
