ଭୁବନେଶ୍ୱର ; ଆରମ୍ଭ ହେଲା କଂଗ୍ରେସର ଦଳ ଡିଆଁ ରୋଗ । ୨୦୧୯ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳର ଏହି ପୁରୁଣା ରୋଗ କଂଗ୍ରେସକୁ ବ୍ୟାକପୁଟ୍ କୁ ଆଣିବା ନେଇ ଚର୍ଚ୍ଚା ହେଲାଣି । କିନ୍ତୁ ଦଳର ମୁଖିଆ ନିରଞ୍ଜନ ବାବୁ ନଛୋଡ ବନ୍ଧା ଉତ୍ତର ଦେଉଛନ୍ତି । କହୁଛନ୍ତି ଦଳ ଉପରେ ପ୍ରଭାବ ପଡିବ ନାହିଁ,ନୀତି ଆଦର୍ଶକୁ ଜଳାଞ୍ଜଳି ଦେଲେ ଏପରି ନିଷ୍ପତ୍ତି ନେବା କଥା ପ୍ରକାସ କରିଛନ୍ତି । ୪ ଟି ରାଜ୍ୟରେ ବିଜୟ ଲାଭ କରି ନିଜର ପଲା ଭାରି ରଖିଥିବା କଂଗ୍ରେସର ପଲା କିନ୍ତୁ ଓଡିଶାରେ ଟଳମଳ ହେଲାଣି । ଏହି ଦଳ ଡିଆଁ ରୋଗ ପାଇଁ ରାଜ୍ୟ ରାଜନୀତିକୁ ସରଗରମ କରୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ କଂଗ୍ରେସର ଝାରସୁଗୁଡା ବିଧାୟକ ନବ ଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବାକୁ ନେଇ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଆଜି ତାର ଅନ୍ତ ଘଟିଛି । ବିଧାୟକ ନବ ଦାସ କଂଗ୍ରେସ ଦଳରୁ ଇସ୍ତଫା ଦେଇ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖି କହିଛନ୍ତି, “ ନିରଞ୍ଜନଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଅଛି , ମୋର ନିର୍ବାଚନ ମଣ୍ଡଳୀର ଜନସାଧାରଣ ମତେ ବିଜେଡି ତରଫରୁ ଲଢିବା ପାଇଁ ଚାହୁଁଥିବାରୁ ମୁଁ ଏପରି ନିଷ୍ପତ୍ତି ନେଇଛି ।” କିଛି ଏହିପରି ଢଙ୍ଗରେ ଝିଣ୍ଟିକା ମାରି ବଣି ପୋସିବା ମନ୍ତବ୍ୟ ଦେଇ ଦଳରୁ ବାହୁଡିଛନ୍ତି ନବ ଦାସ । ଅନ୍ୟପଟେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂହଙ୍କ କିଛି ମନ୍ତବ୍ୟ ଏବେ କଂଗ୍ରେସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆସନ୍ତା ଜାନୁୟାରୀ ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତରେ ବିଧାୟକ ଜଣକ ଯୋଗ ଦେବେ ନାହିଁ ବୋଲି ପ୍ରକାଶ କରିବା ପରେ ଦଳରେ ଫାଟ ସୃଷ୍ଟିର ଗନ୍ଧ ବାରି ହୋଇପଡୁଛି । କିଞ୍ଜିରିକେଲାରେ ଆୟୋଜିତ ଏକ ସଭାରେ ଯୋଗଦେବା ଅବସରରେ ବିଧାୟକ ଜଣକ ବିଜେଡି ସୁପ୍ରିମୋଙ୍କ ଭୂରି ଭୂରି ପ୍ରଶଂସା କରିବା ଏବଂ ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗନଦେବା ରାଜନୀତି ବଶେଷଜ୍ଞମାନଙ୍କୁ ଟିକେ ଅଡୁଆ ଲାଗୁଛି । ଯୋଗ ଦେଇଥିବା ସଭାରେ ବିଧାୟକ ଜଣକ କହିଛନ୍ତି “ଜନସାଧାରଣ ହେଉଛନ୍ତି ମୋର ପ୍ରଥମ ହାଇକମାଣ୍ଡ,କାରଣ ସେମାନେ ମୋତେ ଭୋଟ ଦେଇ ଜିତାଇଛନ୍ତି, ତାପରେ ଯାଇ ପାର୍ଟି କମାଣ୍ଡ । ମୋ ପାଇଁ ମାଟି ଆଗ , ତା ପରେ ପାର୍ଟି । ମୁଁ କିଛି ଗ୍ରାମାଞ୍ଚଳକୁ ଗସ୍ତ କରି ଜନସାଧାରଣ ଭେଟିବାର କାର୍ଯ୍ୟକ୍ରମ ରହିଥିବାରୁ ରାହୁଲଙ୍କ ସଭାରେ ଯୋଗ ଦେଇ ପାରିବି ନାହିଁ , ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନଦେଲେ କୋ÷ଣସି ଦଳୀୟ ଶୃଙ୍ଖଳ ନଷ୍ଟ ହେବ ନାହିଁ ।” ଅନ୍ୟପଟେ କିନ୍ତୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିବାକୁ ଯାଇ କହିଛନ୍ତି, “ମୋ ନିର୍ବାଚନୀ ମଣ୍ଡଳୀ ପାଇଁ ମୁଁ ଯେତେବେଳେ ଯାହା ଦାବି କରିଛି ସରକାରଙ୍କ ତରଫରୁ ତାହା ପୂରଣ କରାଯାଇଛି । ବ୍ୟକ୍ତି ହିସାବରେ ନବୀନ ପଟ୍ଟନାୟକ ବହୁତ ବଢିଆ । ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ମଧ୍ୟ । ସେ ଜଣେ ଦକ୍ଷ ଶାସକ ,ସେଥିପାଇଁ ୧୮ ବର୍ଷ ହେଲା ଶାସନ କରୁଛନ୍ତି । ଲୋକେ ତାଙ୍କୁ ପସନ୍ଦ କରୁଛନ୍ତି ବୋଲି ସେ ଏତେ ବର୍ଷ ହେଲାଣି ଶାସନ କରୁଛନ୍ତି ।”
ଏହାସହ ସେ ବିଜେଡିରେ ଯୋଗଦାନ ନେଇ ସମ୍ପର୍କରେ ଉତ୍ତର ରଖିବାକୁ ଯାଇ କହିଛନ୍ତି, “ ଲୋକେ ଯାହା କହିବେ,ତାହା କରିବି ।” ଯାହାକି ବିଜେଡିରେ ତାଙ୍କର ଯୋଗଦାନକୁ ଇଙ୍ଗିତ କରୁଛି । ତେବେ ଏବେ ଦେଖିବାକୁ ବାକି ରହିଲା ବିଧାୟକଙ୍କ ଦଳ ବଦଳ ପ୍ରକ୍ରିୟା ।
ରାଜ୍ୟ କଂଗ୍ରେସକୁ ଫେରିଲା ଦଳ ଡିଆଁ ରୋଗ ; ଦଳରୁ ଇସ୍ତଫା ଦେଲେ ନବ ଦାସ !
3 Comments
3 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?
Założenie konta przebiega sprawnie i wymaga jedynie podania adresu e-mail oraz ustalenia hasła. Pozostałe dane osobowe uzupełnia się już po zalogowaniu, bezpośrednio w panelu użytkownika. Warto jednak zaznaczyć, że operator nie udostępnił opcji rejestracji przez media społecznościowe — funkcji, która stała się standardem w wielu polskich kasynach internetowych, jak choćby w Total Kasyno.