ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଶାସକ ପ୍ରତିଶ୍ରୁତି ପାଳନରେ ବିଫଳ ହେବା ପରେ ଯୋଜନାକୁ ଭରଷା କରିଛନ୍ତି । ପୂର୍ବରୁ ମୋଦି ସରକାର ବିମୁଦ୍ରାୟନ ମାଧ୍ୟମରେ କଳାଟଙ୍କା ଫେରାଇ ଆଣିବାର ପ୍ରତିଶ୍ରୁତି, ପ୍ରତିବର୍ଷ ୨କୋଟି ବେକାରୀଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଓ ୧୫ଲକ୍ଷ ବ୍ୟାଙ୍କ ପାସବୁକ୍କୁ ଆସିବାର ପ୍ରତିଶ୍ରୁତି ଫେଲ ମାରିବା ପରେ ସରକାର ଏବେ ଶେଷ ବଜେଟରେ ଯୋଜନାକୁ ଭରଷା କରିଛନ୍ତି । ମୋଦି ସରକରଙ୍କ ୨୦୧୯-୨୦ ଆର୍ଥକ ବର୍ଷର ଶେଷ ବଜେଟ ଉପସ୍ଥାପନା କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ । ମଧ୍ୟବିତ୍ତ ବର୍ଗଙ୍କୁ ଖୁସି କରିବାକୁ ଯୋଜନା ଆପଣାଇଥିବା ବେଳେ ମହିଳାଙ୍କୁ ମଧ୍ୟ ଫୋକସ କରିଛନ୍ତି । ମୋଦି ସରକାର ଉଜô୍ଳା ଯୋଜନାରେ ୮କୋଟି ଗ୍ୟାସ କନେକସନ ଦେବାକୁ ଘୋଷଣା କରିଛନ୍ତି । ମହିଳାଙ୍କୁ ଆଉଟିକେ ଖୁସିକରିବାକୁ ଯାଇ ପ୍ରଧାନମନ୍ତ୍ରୀ ମାତୃ ଯୋଜନା ଘୋଷଣା କରିଛନ୍ତି । ଏବେ ସୁଧା ଦେଶରେ ୬କୋଟି ଗ୍ୟାସ କନେକ୍ସନ ହୋଇଥିବା ପ୍ରକାଶ କରିଛନ୍ତି । ଏହି ବଜେଟ ଶ୍ରମିକମାନଙ୍କୁ ଟିକେ ଖୁସି କରାଇଛି । କାର୍ଯ୍ୟରେ ଥାଇ ଶ୍ରମିକ ମୃତ୍ୟୁ ହେଲେ ପୂର୍ବରୁ ସାଢେ ଦୁଇ ଲକ୍ଷ ପରିବର୍ତ୍ତେ ୬ଲକ୍ଷ କୁ ବଢାଇଛନ୍ତି । ସେହିପରି ଦେଶରେ ଗାଈଙ୍କ ସୁରକ୍ଷା ପାଇଁ କାମଧେନୁ ଆୟୋଗ ଗଠନ କରିବା ସହ ୭୫୦ କୋଟି ବ୍ୟୟବରାଦ କରିଛନ୍ତି । ଏହାସହ ପଶୁପାଳନ ଋଣ ଉପରେ ସୁଧରେ ୨ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି ।
ପ୍ରତିଶ୍ରୁତିରେ ବିଫଳ, ଯୋଜନାକୁ ଭରଷା କଲେ ମୋଦୀ; ସରକାରଙ୍କ ଅନ୍ତିମ ବଜେଟ୍ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_giPn on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- mostbet_ptkn on ୨୨ ମାର୍ଚ୍ଚ ୨୦୨୦ – ଜନତା କର୍ଫ୍ୟୁର ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଅର୍ଥ
- mostbet_srEr on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- luxury car rental miami_ayOl on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- pinup_owPl on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
