ବରଗଡ଼: ଯେତେବେଳେ ସମାଜରୁ ମାନବୀକତା ହଜିଯାଇଛି ସେତେବେଳେ ବରଗଡ଼ ଜିଲ୍ଲା ବରପାଲି ରୋଡ ତହସିଲ ଛକ ନିକଟରେ ମଣିଷପଣିଆ ଦେଖିବାକୁ ମିଳିଛି । ଗତକାଲି ଦିବା ଲୋକରେ ଜଣେ ୭୦ ବର୍ଷୟ ବୃଦ୍ଧ ମଟର ସାଇକେଲ ଦୁର୍ଘଟଣାରେ ରାସ୍ତା ମଝିରେ ପଡ଼ି ଚିକ୍ରାର କରୁଥାନ୍ତି । ଏପରି ସମୟରେ ସାହାର୍ଯ୍ୟ କରିବା ପରିବର୍ତେ ସହର ଶହ ଶହ ଲୋକ ଦେଖି ଉପଭୋଗ କରୁଥାନ୍ତି । ଠିକ୍ ଏହି ସମୟରେ ଭଗବାନ ରୂପରେ ନିଜ କାର ଯୋଗେ ଯିବା ସମୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ କୁମାର ବାଗଚିଙ୍କ ନଜର ପଡ଼େ ଏହି ଦୃଶ୍ୟ ଉପରେ । ଏହାସହ ଗୁରୁତର ବୃଦ୍ଧାଙ୍କୁ ନିଜ କାର ଯୋଗେ ପ୍ରଥମେ ବରପାଲି ଡ଼ାକ୍ତରଖାନା ଓ ପରେ ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲକୁ ଆଣି ଚିକିତ୍ସା କରିଥିଲେ । ଏପରି ସଭ୍ୟ ସମାଜରେ ଅନ୍ୟର ଦୁଃଖ ସମୟରେ ମଣିଷ ସାହାର୍ଯ୍ୟ କରିବା ପରିବର୍ତ୍ତେ ଦର୍ଶକ ହୋଇ ଦେଖୁଥାନ୍ତି । ସତେ ଯେପରି ମରିଷପଣିଆ ମଣିଷ ଠାରୁ ମରିଯାଇଛି । ଏପରି ସମୟରେ ଅଧ୍ୟକ୍ଷ ସୁବ୍ରତ କୁମାର ବାଗଚିଙ୍କ ପରଉପକାର ନୀତିକୁ ସାରା ଜିଲ୍ଲାବାସୀ କୃତଜ୍ଞତା ଜଣାଇଛନ୍ତି ।
ମରି ନାହିଁ ମାନବୀକତା; ବରପାଲି ରୋଡ ତହସିଲ ଛକ ନିକଟରେ ମଣିଷପଣିଆ ଦୃଶ୍ୟ !
Leave a Comment
Leave a Comment
- Advertisement -
Stay Connected
Comment
- ErnestLab on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- CharlesOvAts on ପ୍ରଭାବିତ ହେବ ଭଦ୍ରକ ରାଜନୈତିକ ପଟ୍ଟଚିତ୍ର?
- dalyan self catering apartments on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Douglaslem on ପରଦାରେ ଆପତ୍ତିଜନକ ଦୃଶ୍ୟ ଦେଇ ଚର୍ଚ୍ଚାରେ ଶ୍ୱେତା ତ୍ରିପାଠୀ
- Jeffreytam on ଆଜିର ରାଶିଫଳ
