କେନ୍ଦ୍ରାପଡା: ପୁଣି ବଧୂହତ୍ୟା । ଦିନକୁ ଦିନ ବଢିବାରେ ଲାଗିଛି ଯୈତିକ ପାଇଁ ବଧୂହତ୍ୟା । ମଣିଷ ଭୁଲି ଯାଉଛି ମାନବିକତା । ଆଉ ନିଜର ଟିକିଏ ଲୋଭପାଇଁ ଅନ୍ୟ ଏକ ଜୀବନ ନେବା ପାଇଁ ପଛଉନାହାନ୍ତି । ଯୈ।ତିକପ୍ରଥା ଉଠିଯାଇଥିଲେ ମଧ୍ୟ ଏ ସମାଜ ତାକୁ ମାନବାକୁ ନାରାଜ । ତେବେ ଏମିତି ପୁଣି ଏକ ଯୈ।ତୁକ ପାଇଁ ଶାଶୁଘର ଲୋକେ ବହୂକୁ ପୋଡି ମାରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇ ଥାନା ତିଖିରି ପଂଚାୟତ ବାଲିସୁାଆଁ ଗାଁରେ । ତେବେ ଗତକାଲି ରାତିରେ ନିଶାମଣି ସାହୁଙ୍କ ସାନ ବୋହୂ ଙ୍କୁ ଶାଶୁ ଓ ନଣନ୍ଦ ମିଶ ି ପୋଡି ଦେଇଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବୋହୁଙ୍କୁ କଟକ ମେଡିକାଲରେ ଭର୍ତି କରାଯାଇଥିଲା । ଆଜି ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କଣ୍ଢେଇ ସ୍ୱାଇଁ । ସେପଟେ ମୃତ୍ୟୁ ପୂର୍ବରୁ ସେ ବୟାନ ଦେଇଛନ୍ତି ଯେ ସ୍ୱାମୀଙ୍କ ଅନୁପସ୍ଥିତିରେ ଯୌତୁକ ପାଇଁ ତାଙ୍କ ହାତଗୋଡ ବାନ୍ଧି ଶାଶୁ ନଣନ୍ଦ ନିଆଁ ଲଗାଇ ପୋଡି ମାରିଦେବାକୁ ଉଦ୍ୟମ କରିଥିଲେ । ଏଥିରେ ସେ ଗୁରୁତର ଭାବେ ପୋଡିଯାଇଥିବାବେଳେ ଏବଂ ଦୁଇ ବଖରା ଘର ମଧ୍ୟ ଜଳି ଯାଇଛି । ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ପୁଣି ଯୈ।ତୁକ ନେଲା ଜୀବନ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- tao6192 on ଆଜିର ରାଶିଫଳ
- Narkologicheskaya klinika_sfmn on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- PhilipDum on Sports among children
- Richardpet on ଦଶପଲ୍ଲାରେ ମାଓ ପୋଷ୍ଟର ଜବତ
- Gilbertorab on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
