ଭୁବନେଶ୍ବର : ରାଜ୍ୟସଭା ୩ଟି ଆସନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥିପତ୍ର। ବିଜେଡିର ଦୁଇ ଜଣ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ। ସେହିପରି ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିନ ୧୨ଟାରୁ ୨ଟା ଭିତରେ ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଦୁଇଜଣଯାକ ପ୍ରାର୍ଥୀ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ମିନିଟ ସୁଦ୍ଧା ବିଧାନସଭା ବିଧି ପ୍ରକୋଷ୍ଠରେ ପହଞ୍ଚି ଆବଶ୍ୟକ କାଗଜ ପତ୍ର ପ୍ରସ୍ତୁତ କରି ରାଜ୍ୟସଭା ପ୍ରାର୍ଥିତ୍ବ ବାବଦରେ ୧୦ ହଜାର ଟଙ୍କା ଦାଖଲ କରିବେ। ପରେ ଦଳ ତରଫରୁ ନିର୍ଦ୍ଧିାରିତ ହୋଇଥିବା ସମୟରେ ବିଧାନସଭା ପରିସରରେ ଥିବା ଅଭ୍ୟର୍ଥନା କକ୍ଷରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ରଙ୍କ ପାଖରେ ଉଭୟ ସସ୍ମିତ୍ ପାତ୍ର ଓ ଅମର ପଟ୍ଟନାୟକ ପ୍ରାର୍ଥିପତ୍ର ଦାଖଲ କରିବେ। ପରେ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।
ଆଜି ୩ ରାଜ୍ୟସଭା ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ଦାଖଲ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ErnestLab on ଉପବାଚସ୍ପତି ନିର୍ବାଚନ ଆଜି: ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ ରଜନୀକାନ୍ତ ସିଂହ
- Vivod iz zapoya na domy_qzpl on ଆଜିର ରାଶିଫଳ
- AaronBit on ଆଜିର ରାଶିଫଳ
- Vivod iz zapoya na domy_wtpl on ବିବାଦ ପରେ ମଧ୍ୟ ସଂଶୋଧିତ ହୋଲ୍ଡିଂ ଟିକସ ଆଦାୟ କରିବ ବିଏମ୍ସି
- aviator_ogSn on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
