ହକି ବିଶ୍ୱକପ୍: ମ୍ୟାଲେସିୟା ପାକିସ୍ତାନ ମ୍ୟାଚ୍ ଡ୍ର!

Odisha Hot News
1 Min Read

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ମାନେ ଆଉ ଏକ ସଂଘର୍ଷପୂର୍ଣ୍ଣ ହକି ମ୍ୟାଚ୍ ର ମଜା ନେଇଛନ୍ତି। ପୂରା ମ୍ୟାଚ୍ ରେ ପାକିସ୍ତାନର ଦବଦବା ଦେଖିବାକୁ ମିଳିଥିବା ବେଳେ ଶେଷ ୫ ମିନିଟ୍ ରେ ମ୍ୟାଲେସିୟା ସବୁକିଛି ଓଲଟପାଲଟ କରି ଦେଇଥିଲା । ମ୍ୟାଚ୍ ର ୫୫ ମିନିଟ୍ ପର୍ଯ୍ୟନ୍ତ ପାକିସ୍ତାନ ୧-୦ରେ ଆଗୁଆ ରହିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ମ୍ୟାଲେସିୟା ଗୋଲ୍ ସ୍କୋର କରି ମ୍ୟାଚ୍ ଟିିକୁ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ପ୍ରଥମ ମ୍ୟାଚ୍  ରେ ପରାସ୍ତ ହୋଇଥିବା ପାକିସ୍ତାନ ଏକ ନିଶ୍ଚିତ ବିଜୟକୁ ହାତଛଡ଼ା କରି କ୍ରସ ଓଭର୍ ମ୍ୟାଚ୍ ଖେଳିବାର ଆଶଙ୍କା ଭିତରୁ ଠେଲି ହୋଇଯାଇଛି। ଅନ୍ୟପକ୍ଷରେ ମ୍ୟାଲେସିୟା ମଧ୍ୟ ପ୍ରଥମ ମ୍ୟାଚ୍ ହାରିଥିଲା। କିନ୍ତୁ ପାକିସ୍ତାନ ଭଳି ୩ଥର ବିଶ୍ୱ ବିଜେତା ସହ ମ୍ୟାଚ୍ ଡ୍ର କରି ଦଳ ନିଜର ମନୋବଳ ବୃଦ୍ଧି କରିପାରିଛି। ମ୍ୟାଚ୍ ର ପ୍ରଥମ ୩ଟି ଯାକ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା। ମ୍ୟାଚ୍ ର ୩୯ ତମ ମିନିଟ୍  ରେ ମ୍ୟାଲେସିୟାକୁ ଗୋଲ କରିବାର ସୁଯୋଗ ମିଳିଥିଲେ ହେଁ ଦଳ ଏହାକୁ ହାତଛଡ଼ା କରିଥିଲା। ୪ର୍ଥ କ୍ୱାର୍ଟର ଆରମ୍ଭରୁ ପାକିସ୍ତାନ ରଣନୀତି ପରିବର୍ତ୍ତନ କରିବା ସହ ଘନଘନ ଆକ୍ରମଣ କରିଥିଲା। ଶେଷରେ ମ୍ୟାଚ୍ର ୫୧ ମିନିଟ୍ ରେ ପାକିସ୍ତାନ ପକ୍ଷରୁ ମହମ୍ମଦ ଅତିକ୍ ଗୋଲ ସ୍କୋର କରି ଦଳକୁ ୧-୦ରେ ଆଗୁଆ କରିଦେଇଥିଲେ। ୫୪ ମିନିଟ୍ ରେ ମ୍ୟାଲେସିୟାକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ପାକିସ୍ତାନ ଭିଡିଓ ରେଫରାଲ୍ ମାଗିଥିଲା। ଫଳରେ ମ୍ୟାଲେସିୟାର ପେନାଲ୍ଟି କର୍ଣ୍ଣର କାଟ୍ ଖାଇଯାଇଥିଲା।

Share This Article
Leave a Comment