ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍କୁ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଆଗତ କରିଛନ୍ତି। ବିଲ୍ ଉପରେ ମଙ୍ଗଳବାର ଆଲୋଚନା ହେବ। ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ ଜାରି ରହିଛି। ନାଗରିକତା ସଂଶୋଧନ ବିଲ୍ରେ ୧୯୫୫ ନାଗରିକତା ଅଧିନିୟମରେ କେତେକ ପରିବର୍ତ୍ତନ ଅଣାଯିବାର ଯୋଜନା ରହିଛି। ଏହାଦ୍ୱାରା ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ୍ ପ୍ରଭୃତି ଶରଣାର୍ଥୀଙ୍କ ପାଇଁ ଭାରତୀୟ ନାଗରିକତା ହାସଲ କରିବା ସହଜ ହୋଇପାରିବ ବୋଲି କୁହାଯାଉଛି। ଭାଜପା ପକ୍ଷରୁ ଏହାର ସମସ୍ତ ସଦସ୍ୟଙ୍କ ପାଇଁ ଏହି ବିଲ୍ ନେଇ ହ୍ବିପ୍ ଜାରି କରାଯାଇଛି।
ନାଗରିକତା ସଂଶୋଧନ ବିଲ୍ ଲୋକସଭାରେ ଆଗତ
Leave a Comment
Leave a Comment
- Advertisement -
Stay Connected
Comment
- HenryEvath on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- Calvinfrose on ‘ଜନତା କର୍ଫ୍ୟୁ’କରୋନା କବଳରୁ ଦେଶ ଓ ରାଜ୍ୟକୁ ସୁରକ୍ଷିତ ରଖିବ
- EddieCef on ‘ଜନତା କର୍ଫ୍ୟୁ’କରୋନା କବଳରୁ ଦେଶ ଓ ରାଜ୍ୟକୁ ସୁରକ୍ଷିତ ରଖିବ
- Charlesglice on ଅଚାନକ ବାଣୀବିହାର ପରିଦର୍ଶନରେ ଉଚ୍ଚ ଶିକ୍ଷାମନ୍ତ୍ରୀ
- Philliprab on ଆଜିର ରାଶିଫଳ
