ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

Odisha Hot News
1 Min Read

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ସୁପ୍ରିମକୋର୍ଟଙ୍କ ରାୟ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏହି ନିଷ୍ପତ୍ତିକୁ ମାନିବା ପରେ ରଥଯାତ୍ରା ନୀତି ସମ୍ପର୍କରେ ଆଜି ଆଲୋଚନା କରାଯିବ। ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ରଥଯାତ୍ରାର ବିକଳ୍ପ ନୀତି କଣ ହୋଇପାରିବ ସେନେଇ ଆଲୋଚନା କରାଯିବା ସହିତ ନିର୍ମାଣ ସରିଥିବା ରଥ ଗୁଡିକୁ ମଧ୍ୟ କଣ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ।

ସେହିପରି ଯଦି ଶ୍ରୀମନ୍ଦିର ଭିତରେ ରଥଯାତ୍ରା ନୀତି ପାଇଁ ନିଷ୍ପତ୍ତି ହୁଏ ତେବେ ଏହା କିପରି କରାଯିବ ସେନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ମଧ୍ୟ ଆଲୋଚନା କରାଯିବ। ବିଧି ପରଂପରା ଓ ଶାସ୍ତ୍ର ଅନୁସାରେ କଣ ହେବ ସେନେଇ ମ୍ୟାନେଜିଂ କମିଟି ବୈଠକରେ ଆଲୋଚନା ହେବ । ସେପଟେ ରଥଯାତ୍ରା ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁରୀରେ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Share This Article