ଫୁଲୁଟା ବୋମାମାଡ଼ ଘଟଣା: ୮ ଅଭିଯୁକ୍ତ ଗିରଫ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅର୍ନ୍ତଗତ ଫୁଲୁଟା ଗ୍ରାମରେ ରାତି ଅଧିଆ ବୋମାମାଡ଼ ଯୋଗୁଁ ଗତ କିଛି ଦିନ ହେଲା ଗ୍ରାମରେ ଅଶାନ୍ତ ସୃଷ୍ଟି ସହ ପୋଲିସ ପ୍ରଶାସନର ମୁଣ୍ଡବ୍ୟଥା ବଢ଼ି ଯାଇଥିଲା। ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ନେତୃତ୍ବରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଦୁଇ ପ୍ଲାଟୁନ୍ ପୋଲିସ ମୁତୟନ କରିଥିଲେ ଓ ଗୁରୁତର ସହ ଘଟଣାର ଅନୁଧ୍ୟାନ କରି ଗାଁ ରେ ସଂଯୁକ୍ତ ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ନିମଖଣ୍ଡି ଥାନା ପୋଲିସ୍ ଉକ୍ତ ଗାଁ ରୁ ୮ ଜଣ ଅଭିଯୁକ୍ତ ଯଥା ଲିଙ୍ଗରାଜ ଚର୍ଚ୍ଚା, ବଳରାମ ନାହାକ, ଦଣ୍ଡପାଣି ଶାସମଲ, ସନ୍ୟାସୀ ଶାସମଲ, ସୁକାନ୍ତ ନାହାକ, ପୁର୍ଣ୍ଣ ବସ୍ତିଆ,ତପନ ଚର୍ଚ୍ଚା ଓ ସନ୍ତୋଷ ମଲ୍ଲିକ କୁ ଉଠାଇ ଆଣି ଜେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ର ବିଭିନ୍ନ ଦଫାରେ ଗିରଫ କରିଛନ୍ତି।

ପୁର୍ବ ଶତୃତା ଓ ଗାଁ କୋଠ ସମ୍ପତି କୁ ନେଇ ଏହି ଭଳି ବୋମାମାଡ଼ ଘଟଣା ଘଟିଥିବା ଜଣାପଡିଛି। ଏଥିସହିତ ଅଭିଯୁକ୍ତ ଯୁବକ ମାନେ ଅପର ଗୋଷ୍ଠୀ କୁ ହତ୍ୟା ଧମକ ଦେଇ ଗାଁ ରେ ଅଶାନ୍ତ ବାତାବରଣ ସୃଷ୍ଟି କରିଛନ୍ତି। ଯାହା ଫଳରେ ଗାଁ ଅଶାନ୍ତି କୁ ଦୃଢ ହସ୍ତରେ ଦମନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଦାବୀ ହୋଇଛି।

Share This Article