ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !

Odisha Hot News
1 Min Read

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର କଣ୍ଡିରା ଗାଁରେ ଚାଲିଛି ଅପରାଧର କାରନାମା । ଚାଲିଛି ରଣା ସାପର କାରବାର । ଏହି ଅପରାଧ କାରବାରରେ ଅଛନ୍ତି ୧୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଏବଂ ସେମାନଙ୍କ ସହ ଅଛନ୍ତି ୧୫୦ ଯୁବକ । ଯାହାଙ୍କୁ ନେଇ ଏହି ରାକେଟ କାମରୁଛି ଏହି ରାକେଟ୍ ରେ ରହୁଛନ୍ତି ଅଧିକାଂଶ କଲେଜ ଛାତ୍ର । ସୂଚନା ଅନୁଯାଇ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରୁ ରଣା ସାପ ଚାଲାଣ କରୁ କରୁ ବିଭିନ୍ନ ପ୍ରକାରର ଚୋରିରେ ଧୀରେ ଧୀରେ ସାମିଲ ହୋଇଥିଲେ । ସେହି ଯୁବକ ଗୁଡିକ ଅନ୍ୟ ଅପରାଧୀଙ୍କ ସହ ମିଶି ଅନ୍ୟ କାରବାର ମଧ୍ୟ ଲିପ୍ତ ରହୁଥିଲେ । ସେମାନଙ୍କ ଏହି ଗ୍ୟାଙ୍କୁ ସକ୍ରିୟ କରିବା ପାଇଁ ହ୍ୱାଟ୍ସଆପ ଗ୍ରୁପ କରି ସେଠାରେ ସବୁବେଳ ପାଇଁ ସକ୍ରିୟ ରହୁଥିଲେ । ରାଜନଗର, ଆଳି, ପଟ୍ଟାମୁଣ୍ଡାଇ, ଭୁବନେଶ୍ୱରର କିଛି ଅପରାଧି ଓ ଯୁବକ ଏହି ଗ୍ରୁପରେ ସାମିଲ ହୋଇଥିଲେ। ଏହି ଗ୍ୟାଙ୍ଗର ଯୁବକମାନେ ବାଉଁଶମୂଳ ବଜାର, କଣ୍ଡିରା ପଂଚାୟତର ପଦ୍ମନାଭପୁର ଠାରେ ଥିବା ଚିଙ୍ଗୁଡିଘେରି, କୃଷ୍ଣନଗର, ପେଣ୍ଠ ବେଳାଭୂମି ଓ କୁରୁଂଟି ପଂଚାୟତର ପଶ୍ଚିମଭେଡା ଠାରେ ଥିବା ଏକ ଘରେ ଆଡ୍ଡା ଜମାଉଥିଲେ। ଭୁବନେଶ୍ୱରର ପୁରୁଣା ବସଷ୍ଟାଣ୍ଡ ଠାରେ ଜିଲ୍ଲା ବାହାରର ଅପରାଧୀଙ୍କ ସହ ଏକାଠି ହେଉଥିଲେ। ଏହି ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଚୋରି, ଡକାୟତି କରିଥାନ୍ତି।

Share This Article
354 Comments