ପୋଖରୀପୁଟ ଡିଏଭିର ୩୪ ତମ ପ୍ରତିଷ୍ଠା ଦିବସ ପାଳିତ

Odisha Hot News
1 Min Read

ଭୁବନେଶ୍ୱର: ଡିଏଭି ପୋଖରୀପୁଟରେ ୩୪ ତମ ପ୍ରତିଷ୍ଠା ଦିବସ ଫାଉଣ୍ଡେସନ୍ ଟୁ ଫ୍ୟୁଚର ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ସମୂହ ବୈଦିକ ଯଜ୍ଞର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସାହିତ୍ୟିକ ଗୌରହରି ଦାସ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ସ୍ୱାଗତ ପରିଚୟ ପ୍ରଦାନ କରି ବିଦ୍ୟାଳୟର ଗୌରବ ଅକ୍ଷୁଣ୍ଣ ରଖିବାକୁ ଆହ୍ୱାନ ଦେଇଥିଲେ।

ମୁଖ୍ୟଅତିଥି ନିଜର ଅଭିଭାଷଣରେ କଠୋର ଅଧ୍ୟବସାୟ ଓ ଗଭୀର ଆତ୍ମବିଶ୍ୱାର ସହ କାର୍ଯ୍ୟ କଲେ ସଫଳତା ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ। ଓଡ଼ିଶା ଡିଏଭି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ନିଜର ବକ୍ତବ୍ୟରେ ଉତ୍ସାହ, ଆଚରଣ,
ମନୋଯୋଗପୂର୍ବକ କାର୍ଯ୍ୟ ସମ୍ପାଦନ ଦ୍ୱାରା ଭବିଷ୍ୟତ ପଥ ସୁଗମ ହୋଇପାରିବ ବୋଲି କହିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ବିଦ୍ୟାଳୟର ବିବରଣୀ ପ୍ରଦାନ ସହ ଉତ୍ସବର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଜୁନିଅର ରେଡକ୍ରସ୍‍ ବିଭାଗର ଦାୟିତ୍ୱରେ ଥିବା ଶିକ୍ଷକ ମନୋଜ କୁମାର ନାହାକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୭୬ ୟୁନିଟ୍‍ ରକ୍ତ ସଂଗୃହୀତ ହୋଇଥିଲା। ବିବିଧ କ୍ଷେତ୍ରରେ ପ୍ରତିଭାଧାରୀ ବିଦ୍ୟାର୍ଥୀ, ଅଭିଭାବକ ତଥା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଞ୍ଚାସୀନ ଅତିଥିଗଣଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଦ୍ୱାରା ପ୍ରଦର୍ଶିତ ସାମୂହିକ ସଙ୍ଗୀତ ଏବଂ ଉତ୍କଳୀୟ ସଂସ୍କୃତି ଆଧାରିତ ନୃତ୍ୟାଭିନୟ ସିଭିଙ୍କୁ ମନମୁଗ୍‌ଧ କରିଥିଲା। ଏଥିରେ କଟକ ଓ ଭୁବନେଶ୍ୱର ଡିଏଭି ଅନୁଷ୍ଠାନ ସମୂହର ଅଧ୍ୟକ୍ଷ-ଅଧ୍ୟକ୍ଷା , ଶିକ୍ଷୟିତ୍ରୀ-ଶିକ୍ଷକ ତଥା ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।

Share This Article