ଭୁବନେଶ୍ୱର : ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳି ଅଧୀନରେ ଥିବା ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ବେଗୁନିଆ ଏକ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳି। ଏହା ସ୍ୱର୍ଗତଜାନକୀବଲ୍ଲଭ ପଟ୍ଟନାୟକଙ୍କ କର୍ମକ୍ଷେତ୍ର। ଏଠି ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି। କାରଣ ଜାନକୀବଲ୍ଲଭଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ଲଢ଼ିବାକୁ ଆଶୟୀ ଥିବା ଖବର ମିଳିଛି। ବାପାଙ୍କ ଲୋକପ୍ରିୟତାକୁ ଆଧାର କରି ପୃଥ୍ୱୀବଲ୍ଲଭ, ନିର୍ବାଚନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଚାଲିଛି। ଯଦି ଏହାହୁଏ, ତେବେ ଏଠାକାର ରାଜନୈତିକ ସମୀକରଣ ବଦଳିଯିବା ଏକପ୍ରକାର ନିଶ୍ଚିତ। କିନ୍ତୁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ଏଠି କାହାକୁ ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଛିଣ୍ଡିପାରୁନି। କାରଣ ଏଠି ଆଶାୟୀଙ୍କ ତାଲିକା ଟିକେ ଲମ୍ବା। ତିନି ଚାରି ଜଣ ଆଶାୟୀ ଶଙ୍ଖ ଚିହ୍ନରେ ନିର୍ବାଚନୀ ମଇଦାନ୍କୁ ଓହ୍ଲାଇବାକୁ ଅଣ୍ଟା ଭିଡୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ,ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ଓ ପ୍ରଦୀପ ସାହୁ ପ୍ରମୁଖ। ନବୀନ ନିବାସରେ ପୂର୍ବତନ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେଡିରେ ସାମିଲ ହୋଇଥିବାରୁ, ତାଙ୍କୁ ଖୋର୍ଦ୍ଧାରୁ ଟିକେଟ ମିଳିବ ବୋଲି ଆଶା କରାଯାଉଛି। ଏଣୁ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ସାହୁଙ୍କ ହାତରୁ ଖୋର୍ଦ୍ଧା ଖସି ଯାଇପାରେ। ଏମିତି ହେଲେ ସେ ବେଗୁନିଆକୁ ଆଖେଇ ପାରନ୍ତି ବୋଲି ମଧ୍ୟ କୁହାଯାଉଛି।
ବିଜେପି ଏଠି କିନ୍ତୁ ପଛରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। କାରଣ ବିଜେପି ନେତା ଯତୀନ୍ ମହାନ୍ତିଙ୍କର ବ୍ୟକ୍ତିଗତ କ୍ରେଜ୍ ଟିକିଏ କମ୍। ତେଣୁ ବିଜେପିକୁ ବିଶେଷ ଫାଇଦା ମିଳିନପାରେ। ସେହିପରି ପ୍ରଦୀପ ସାହୁ। ୨୦୦୯ରେ କଂଗ୍ରେସରୁ ଏବଂ ୨୦୧୪ରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା ପାର୍ଟି’ରୁ ମାଠିଆ ଚିହ୍ନରେ ନିର୍ବାଚନ ଲଢ଼ି ହାରିଥିଲେ। ସୌମ୍ୟଙ୍କ ଲିଙ୍କ୍ରେ ସେ ବିଜେଡିରୁ ଟିକଟ ପାଇବାକୁ ଆଶା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦି ସେଥିରେ ବିଫଳ ହୁଅନ୍ତି ତେବେ ସେ ବିଜେପିରୁ ମଧ୍ୟ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ବିଜେଡିରେ ଆଶାୟୀ ଅଧିକ ଥିବାରୁ ଅନ୍ତର୍ଦ୍ୱନ୍ଦ୍ୱ ବେଶୀ। କଂଗ୍ରେସର ଏକମାତ୍ର ଭରସା ହେଉଛି, ସ୍ୱର୍ଗତ ଜାକନୀବଲ୍ଲଭ ପଟ୍ଟନାୟକଙ୍କ ଲୋକପ୍ରିୟତା। ସବୁ ଦୃଷ୍ଟିରୁ ବିଜେପି ଦୁର୍ବଳ। ତେଣୁ ଆଗାମୀ ନିର୍ବାଚନରେ କିଏ ବାଜି ମାରିବ ଏବେଠାରୁ କହିବା ସହଜ ନୁହେଁ।

My brother recomended I might liie thiis web site.
He wwas entirtely right. Thiss pot actually made mmy
day. You caan nott imaghine just hhow much timje I had spent for thjs
info! Thanks! xnxx