‘ଲକଡାଉନ୍-୪’, ସଂପୂର୍ଣ୍ଣ ନୂତନ ରୂପରେଖ ନେଇ ଆସିବ ବୋଲି ମୋଦି ଦେଲେ ସଙ୍କେତ

Odisha Hot News
1 Min Read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଲକ୍‌ଡାଉନ୍‌-୪.୦ ନେଇ ମଧ୍ୟ ସଙ୍କେତ ଦେଇଛନ୍ତି। ତେବେ ଏହା ନୂଆ ପ୍ରକାର ହେବ। ମେ’ ୧୮ ପୂର୍ବରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ନେଇ ସୂଚନା ଦିଆଯିବ। କରୋନା ଆମ ଜୀବନରେ ଦୀର୍ଘ ସମୟ ଧରି ରହିବ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ହେଲେ ଆମେ ଚୁପ୍‌ ବସିବା ନାହିଁ, ସତର୍କ ହୋଇ କାମ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ୍-୪ର ଅବଧି କେତେ ଦିନ ହେବ ସେ ନେଇ କୌଣସି ସଂକେତ ଦେଇ ନାହାନ୍ତି। ଦେଶରେ କ୍ରମଶଃ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏହି ଲକଡାଉନ୍ ଅତି କମରେ ୧୫ ଦିନ ହୋଇପାରେ ବୋଲି କୁହାଯାଉଛି। ଅନ୍ୟ ପକ୍ଷରେ କରୋନା ସଂକ୍ରମଣ ଜୁନ୍ ମାସରେ ସର୍ବାଧିକ ସ୍ତରକୁ ଯିବ ବୋଲି ବିଶେଷଜ୍ଞ କହୁଛନ୍ତି। ଏହାକୁ ଯଦି ବିଚାରକୁ ନିଆଯାଏ ତେବେ ଲକଡାଉନ୍-୪ ଅଧିକ ଦୀର୍ଘ ହୋଇପାରେ ବୋଲି ଆକଳନ କରାଯାଉଛି। ଯେହେତୁ କେନ୍ଦ୍ର ସରକାର ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଗୁରୁତ୍ବ ଦେଉଛନ୍ତି, ତେଣୁ ଲକଡାଉନ୍-୪ରେ ଏ ଦିଗ ଉପରେ କଟକଣା କୋହଳ କରାଯାଇ ଅନ୍ୟ କ୍ଷେତ୍ରରେ ପୂର୍ବପରି କଟକଣା ଜାରି ରହିବ ବୋଲି ଚର୍ଚ୍ଚା ହେଉଛି।

Share This Article