ପୁରୀ ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ ମାମଲା: ଥାନାରେ ହାଜର ହେଲେ ଅଭିଯୁକ୍ତ

Odisha Hot News
1 Min Read

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରେ ଭିଡ଼ିଓ ଭାଇରାଲ ହୋଇଥିବା ଘଟଣାରେ ବୃନ୍ଦାବନ ନିବାସୀ ଅନନ୍ତ ଗୋସ୍ୱାମୀ ପୋଲିସ ନିକଟରେ ହାଜର ହୋଇଛନ୍ତି। ଗତ କିଛି ମାସ ତଳେ ଶ୍ରୀମନ୍ଦିର ଭିତର ବେଢା ଆଉ ଗରୁଡ଼ ସ୍ତମ୍ଭରୁ ଗର୍ଭଗୃହର ଦୃଶ୍ୟକୁ ବୃନ୍ଦାବନର ଭକ୍ତ ବାଙ୍କେ ବିହାରୀ ଅନନ୍ତ ନିଜ ଇନଷ୍ଟାଗ୍ରାମ ଓ ଫେସ୍‌ବୁକରେ ଭିଡ଼ିଓ ଅପ୍‌ଲୋଡ କରିଥିଲେ। ଏହି ବିଷୟକୁ ଗଭୀର ଭାବେ ପୁରୀ ପୋଲିସ ନେଇଥିବା ସହ ଅନନ୍ତ ଗୋସ୍ୱାମୀଙ୍କୁ ନୋଟିସ କରିଥିଲା।

ତେବେ ପୋଲିସ ନୋଟିସ ପାଇବା ପରେ ଆଜି ସେ ପୁରୀ ପୋଲିସ ନିକଟରେ ହାଜିର ହୋଇଛନ୍ତି। ସିଂହଦ୍ୱାର ପୋଲିସ ଘଟଣାକୁ ନେଇ ଅଧିକ ପଚାର ଉଚରା ଜାରି ରଖିଛି।

Share This Article