ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୫ କୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ଵର ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଆରମ୍ଭ ହୋଇଛି ମତ୍ସ୍ୟ-ପ୍ରାଶୀ ସମାବେଶ-୨୦୨୫। ବିଭିନ୍ନ ପ୍ରକାର  ମତ୍ସ୍ୟ, ପ୍ରାଣୀ ଯଥା- ବିଭିନ୍ନ ପ୍ରଜାତିର ଗାଈ, ମଇଁଷି, କୁକୁଡ଼ା, ବତକ ଆଦି ଚାଷ ପ୍ରତି ଯୁବକ ଯୁବତୀଙ୍କ ମନରେ ଆଗ୍ରହ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଏହି ସମାବେଶ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଏହି କାର୍ଯ୍ୟକ୍ରମକୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସମଗ୍ର ବରମୁଣ୍ଡା ପଡିଆକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି। ସେଥିରେ ୨୦୦ ରୁ ଅଧିକ ଷ୍ଟଲ ଲାଗିଛି। ଷ୍ଟଲ ଗୁଡିକରେ ବିଭିନ୍ନ ପ୍ରଜାତିର ମାଛ, ଚିଙ୍ଗୁଡ଼ି ପ୍ରଦର୍ଶିତ କରାଯାଉଛି। ସେହିପରି ବିଭିନ୍ନ ପ୍ରଜାତିର କୁକୁଡ଼ା, ବତକ, ଛେଳି, ମେଣ୍ଢା, ଗାଈ, ମଇଁଷି ଆଦି ପ୍ରଦର୍ଶନୀ ସହ ସେଗୁଡିକ କିପରି ଚାଷ କରାଯିବ, ବର୍ଷକୁ କେତେ ଆୟ ହେବ, ସରକାରୀ ଯୋଜନା ଓ ସହାୟତା ସବୁ କଣ ରହିଛି, ଖାଦ୍ୟ କେଉଁଠାରୁ ପାଇବେ, କେଉଁଠାରେ ବିକ୍ରି କରିବ ଆଦି ସମସ୍ତ ପ୍ରକାର ସହାୟତା  ଓ ସୂଚନା ଏଠାରେ ପ୍ରଦାନ କରାଯିବ।

ପୂର୍ବାହ୍ନରେ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଓମଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ବୁଲି ଦେଖିବା ସହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ମଇଁଷି ଭୀମ।

Share This Article