ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ ପଟେଲ ମଧ୍ୟ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ଏହାଛଡ଼ା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ବି ଶ୍ରୀଶାହଙ୍କ ସହିତ ଶ୍ରୀମନ୍ଦିରକୁ ଯାଇଥିଲେ।
ସେ ପ୍ରାୟ ୧୫ ମିନିଟ୍ ଯାଏଁ ମନ୍ଦିର ପରିସର ରହିଥିବା ଜଣାଯାଇଛି। ଶାହଙ୍କ ଗସ୍ତ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ତରଫରୁ ଖଣ୍ଡୁଆପାଟ (ଉତ୍ତରୀୟ) ପ୍ରଦାନ କରାଯାଇଛି। ଶାହ ପ୍ରଭୁ ଲିଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କରିଥିବା ଜଣାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି। ଫେରିବା ବେଳକୁ ଶାହାଙ୍କୁ ମନ୍ଦିର ପ୍ରଶାସନ ତରଫରୁ ଭୋଗ ଦିଆଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହାଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ ମଜବୁତ କରି ଦିଆଯାଇଛି। ପ୍ରାୟ ୫ ପ୍ଲାଟୁନ ପୁଲିସ ମୁତୟନ ରହିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଶାହ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ସେହିଭଳି ଡିସିପିଙ୍କ ସମେତ ୧୫ ରୁ ୨୦ ଜଣ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି। ସିଆରପିଏଫ ଯବାନମାନେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଥିବା ଜଣାଯାଇଛି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.