ଦୁଇ ବାଇକ ମୁଁହାମୁହିଁ ଧକ୍କା: ୨ ମୃତ, ୩ ଗୁରୁତର

Odisha Hot News
1 Min Read

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଭାଟିଗାଁ ନିକଟରେ ଦୁଇ ବାଇକ ମୁଁହା ମୁହିଁ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୋଟିଏ ବାଇକ କୋଶାଗୁମୁଡା ବ୍ଳକ ଚିର୍ମା ପଟରୁ ନବରଙ୍ଗପୁର ଅଭିମୁଖେ ଆସୁଥିବା ବେଳେ ଅନ୍ୟ ବାଇକ ନବରଙ୍ଗପୁର ଥାନା ଅନ୍ତର୍ଗତ ପଡାଲଗୁଡା ଗ୍ରାମରୁ କୋଷଗୁମୁଡାକୁ ଯାଉଥିଲା।

ତେବେ ଭାଟିଗାଁ ଓ ସରଗିଗୁଡା ମଧ୍ୟ ରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ମୃତ୍ୟୁବରଣ କରିଥିଲେ। ଅନ୍ୟ ତିନି ଗୁରୁତର ହୋଇଥିଲେ।

ତେବେ କୋଷାଗୁମୁଡା ଅଞ୍ଚଳକୁ ନିଜ କାର୍ଯ୍ୟରେ ଯାଉଥିବା ବେଳେ ନବରଙ୍ଗପୁର ଏସ୍ପି ମିହିର କୁମାର ପଣ୍ଡା ଆହତ ଦୁଇ ଜଣଙ୍କୁ ନିଜ ଗାଡ଼ିରେ ବୋହି ଆଣି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟ ଏକ ଆହତ ଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ଅଣା ଯାଇଥିଲା।

Share This Article