ପାଲଲହଡ଼ା : ପାଲଲହଡ଼ା ନିର୍ବାଚନମଣ୍ଡଳ ପାଇଁ ବିଜେଡିର ଆଶାୟୀଙ୍କ ସଂଖ୍ୟା ସର୍ବାଧିକ । ଆସନ୍ତା ସାଧାରଣ ନିର୍ବାଚନ ହେବା ପାଇଁ କିଛିମାସ ବାକି ଥିବା ସର୍ଭେ ମୁତାବକ ପାଲଲହଡ଼ାରେ ଶାସକ ବିଜୁ ଜନତାଦଳର ଟିକେଟ ପାଇଁ ଆଶାୟୀଙ୍କ ସଂଖ୍ୟା ସବୁ ଦଳଠାରୁ ସର୍ବାଧିକ । ଟିକେଟ ପାଇବା ଆଶାରେ ଛଅମାସ ପୂର୍ବରୁ ବିଭିନ୍ନ ସଭାସମିତି କରି ଗ୍ରାମାଞ୍ଚଳରେ ପହଞ୍ôଚ ନିଜର ଫଟୋ ପରିଚୟ ପାଇଁ ହୋର୍ଡିଂରେ ଛାଇ କରିଦେଇଛନ୍ତି ଆଶାୟୀମାନେ । ଦଳୀୟ ଚିହ୍ନ ଓ ନବୀନବାବୁଙ୍କ ଫଟୋ ସହ ଚାରିଆଡ଼େ ପୋଷ୍ଟର ଓ ହୋର୍ଡିଂ ଲଗାଇ ବିଜେଡି କହି ଟିକେଟ ପାଇଁ ଆଶା ରଖିଥିବା ନେତାଙ୍କୁ କିନ୍ତୁ ଜନସାଧାରଣ ସହଜରେ ଗ୍ରହଣକରି ପାରୁନାହାନ୍ତି । କାରଣ ଯିଏ ଦଳର ନେତା, ଦଳର ଅନୁଶାସନ ଓ ଦଳ ସୁପ୍ରିମୋଙ୍କ ନେତୃତ୍ୱକୁ ଭୁଲିଯାଇ ଗତ ୨୦୧୪ ନିର୍ବାଚନରେ ଦଳର ପ୍ରାର୍ଥୀ ମହେଶ ସାହୁଙ୍କ ବିରୋଧରେ ବିଷୋଦ୍ଗାର କରିଥିଲେ ସେମାନେ କିପରି ଦଳୀୟ ଟିକେଟ ପାଇଁ ଲବି କରୁଛନ୍ତି ବୋଲି ଖୋଦ୍ ବିଧାୟକ ମହେଶ ସାହୁ ପ୍ରକାଶ କରିଛନ୍ତି । ଯିଏ ଟିକେଟ ପାଇବ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ଆମେ ସମସ୍ତେ ମାନି ଚଳିବୁ ବୋଲି ନିଜର ଦୃଢ଼ୋକ୍ତି ପ୍ରକାଶ କରି ପର ମୁହୂର୍ତ୍ତରେ ଏହା ଭୁଲିଯାଇ ନିଜର ସ୍ୱାର୍ଥବାଦୀ ରାଜନୀତି କରି ଦଳକୁ ପରାଜୟ ପାଇଁ ଚେଷ୍ଟିତ କରୁଥିଲେ ବହୁ ନେତା । ସେମାନେ ଏବେ ବିଜେଡିର ଟିକେଟ ଲବିରେ ପୂର୍ବତନ ବିଧାୟକ ରବି ନାରାୟଣ ପାଣି ୨୦୧୪ ନିର୍ବାଚନରେ ଟିକେଟ ପାଇଁ କିପରି ମହେଶ ସାହୁଙ୍କ ବିରୋଧରେ ପରାଜୟ ପାଇଁ ସ୍ୱତନ୍ତ୍ର ପଥ ଦେଖାଇଥିଲେ କାହାରିକୁ ଅଛପା ନାହିଁ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ସେହିଭଳି ସନ୍ଦୀପ ପ୍ରଧାନ ଟିକେଟ ନ ପାଇ ନିଜେ ସ୍ୱାଧୀନ ଭାବେ ୨୦୧୪ରେ ଲଢ଼ିଥିଲେ । ଜଗମୋହନ ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରି ପରମୁହୂର୍ତ୍ତରେ ମହେଶ ସାହୁଙ୍କ ସହ ବୁଝାମଣାରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ଶେଷରେ ସେ ମଧ୍ୟ ସ୍ୱାଧୀନଭାବେ ଗତ ନିର୍ବାଚନରେ ଛିଡ଼ା ହୋଇଥିଲେ ଓ ଦଳ କିପରି ପରାଜୟ ବରଣ କରୁ ସେଥିପାଇଁ ସମସ୍ତେ ମିଶି ମହେଶ ସାହୁଙ୍କ ବିରୋଧରେ ଚକ୍ରବ୍ୟୂହ ରଚନା କରିଥିଲେ । ଏବେ ସେମାନେ ସମସ୍ତେ କହୁଛନ୍ତି ଆମେ ବିଜେଡିର ଜଣେ ଜଣେ ଶୃଙ୍ଖଳିତ କର୍ମୀ । ନବୀନ ବାବୁ ସମସ୍ତଙ୍କୁ ଠିକ୍ ଜାଣିଛନ୍ତି । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି ବିଧାୟକ ମହେଶ ସାହୁ ପ୍ରକାଶ କରିଛନ୍ତି । ସେହି ସମୟରେ ଦଳକୁ ଭୁଲିଯାଇ ଏବେ କିପରି ଦଳ କଥା ମନେ ସେମାନେ ମନେ ପକାଉଛନ୍ତି ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ତେବେ ସବୁ ନିର୍ଭର କରୁଛି ଦଳର ସୁପ୍ରିମୋଙ୍କ ଉପରେ, ଏହା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।
ନିର୍ବାଚନ ପୂର୍ବରୁ ଦଳପ୍ରୀତି ଦେଖାଇ ଟିକେଟ ଆଶାରେ ନେତା
Leave a Comment
Leave a Comment
- Advertisement -
Stay Connected
Comment
- mostbet_dfOt on ଖାରବେଳଙ୍କୁ ଆକ୍ରମଣ ଘଟଣା : ଦୁଇ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା
- aviator_xyKi on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
- 1win_wtMn on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- Antoniocog on ୨-୦ ସିରିଜରେ ଭାରତୀୟ ମହିଳା ଆଗୁଆ !
- vzyat zaym srochno 647 on ଆଜିର ରାଶିଫଳ
