ଆଜି ସଂଧ୍ୟାରୁ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପ୍ରବାସୀ ଭାରତୀୟ ଦିବସର ପ୍ରଦର୍ଶନୀ

Odisha Hot News
1 Min Read

ଭୁବନେଶ୍ବର: ଆଜି ସଂଧ୍ୟାରୁ ପ୍ରବାସୀ ଭାରତୀୟ ଦିବସର ପ୍ରଦର୍ଶନୀ ସର୍ବସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ। ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ। ଏଥିପାଇଁ କୌଣସି ଟିକେଟ ବା ପାଶ୍ ର ଆବଶ୍ୟକତା ନାହିଁ। ଏହି ବହୁ ମୂଲ୍ୟର ପ୍ରଦର୍ଶନୀକୁ କେବଳ ପ୍ରବାସୀଙ୍କ ପାଇଁ କରାଯାଇଥିଲା। ହେଲେ ସର୍ବସଧାରଣଙ୍କ ପାଇଁ ପ୍ରବେଶ ନ ଥିଲା। ଆଜି ରାଜ୍ୟ ସରକାର ଏ ନେଇ ନିଷ୍ପତି କରିଛନ୍ତି।

ଏଥିସହିତ ପ୍ରତିଦିନ ସଂଧ୍ୟାରେ ଯେପରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ ତାହା ମଧ୍ୟ ଜାରୀ ରହିବ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ବିଷୟ ରହିଛି। ଯାହା ସମସ୍ତେ ଦେଖିବାର ଆବଶ୍ୟକ। ସେଥିପାଇଁ ରାଜ୍ୟ ସରକାର ଏହାକୁ ଆଉ ଦୁଇଦିନ ପାଇଁ ବୃଦ୍ଧି କଲେ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

Share This Article