ମହାରାଷ୍ଟ୍ର: ପିଆଜ ଚାଷୀ ମୁଣ୍ଡରେ ପଡିଛି ଚଡକ । ତେବେ ମହାରାଷ୍ଟ୍ରର ନାଶିକ ଜିଲ୍ଳାରେ ଏବର୍ଷ ହେବ ଭଲ ପିଆଜ ଅମଳ ହୋଇଛି । ୪ମାସ ଝାଳ ବୁହାଇ ଅମଳ ଫସଲକୁ ବିକ୍ରି କରି ଭଲ ଦିପଇସା କମାଇବା ଲକ୍ଷ୍ୟରେ ଥିଲେ ଚାଷୀ । ହେଲେ ଅଭାବୀ ବିକ୍ରି ଏବେ ଚାଷୀଙ୍କ ମୁଣ୍ଡରେ ଚିନ୍ତା ବଢାଇ ଦେଇଛି । ତେବେ ହୋଲସେଲ ବଜାରରେ କିଲୋ ପିଛା ମାତ୍ର ୧ଟଙ୍କାରୁ ଦେଢ଼ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଏହାକୁ ନେଇ ଚିନ୍ତାରେ ପଡିଛି ପିଆଜ ଚାଷ କରିଥିବା ଚାଷୀ । ଏହି ଅଭାବି ବିକ୍ରି ନେଇ ଚାଷୀମାନେ ରାସ୍ତା ଉପରେ ପିଆଜ ଫୋପାଡି ଧାରଣା ଦେବା ସହ ସରକାର ଚାଷୀଙ୍କ ଠାରୁ ପିଆଜକୁ ସର୍ବନିମ୍ନ ମୂଲ୍ୟରେ କିଣିବା ପାଇଁ ଦାବି କରି ବିକ୍ଷୋଭ କରିଛନ୍ତି । ତେବେ ସମୁଦାୟ ଦେଶରେ ଯେତିକି ପିଆଜ ଉତ୍ପାଦନ ହୋଇଥାଏ କେବଳ ନାଶିକ୍ ଜିଲ୍ଲାରେ ତାହାର ଅଧା ଉତ୍ପାଦନ ହୋଇଥାଏ । କିନ୍ତୁ ପିଆଜ ଦର ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ମହାରଷ୍ଟ୍ରରେ ପିଆଜର ଅଭାବ ବିକ୍ରି : ପିଆଜ ଚାଷୀଙ୍କ ମୁଣ୍ଡରେ ଚିନ୍ତା !
Leave a Comment
Leave a Comment
- Advertisement -
Stay Connected
Comment
- Amarifeext on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- NolanZoopy on ପ୍ରକାଶ ପାଇଲା ରାଜ୍ୟ ସଭା ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ
- KellySiz on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- KennethAvant on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- Burtonnap on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
