ଲଟେରୀ ମାଧ୍ୟମରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ସୁଲଭ ବାସଗୃହ ବଣ୍ଟନ କାର୍ଯ୍ୟକ୍ରମ

Odisha Hot News
1 Min Read

ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇଡକଲ ଅଡିଟୋରିୟମଠାରେ ଲଟେରୀ ମାଧ୍ୟମରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ସୁଲଭ ବାସଗୃହ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଚର କୃଷ୍ଣଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀମାନଙ୍କୁ ବାସଗୃହ ବଣ୍ଟନପତ୍ର ପ୍ରଦାନ କରିଥିଲେ।

ଚନ୍ଦ୍ରଶେଖରପୁରର ୪୭ଜଣ, ନିଳମାଧବ ବସ୍ତିରୁ ୩୬ଜଣ ଏବଂ ସୁବୁଧିପୁର ବସ୍ତିରୁ ୨୮ଜଣଙ୍କୁ ବଣ୍ଟନପତ୍ର ପ୍ରଦାନ କରାଯାଇଥିଲା।

ଆୟୋଜିତ ସମାବେଶରେ ଉଦବୋଧନ ଦେଇ ମନ୍ତ୍ରୀ ଡକ୍ଚର ମହାପାତ୍ର କହିଛନ୍ତି, ବସ୍ତିବାସିନ୍ଦାମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ରାଜଧାନୀରେ ନିଜର ଗୋଟିଏ ବାସଗୃହ ହାସଲ କରିବା ଅନେକଙ୍କ ପାଇଁ ସ୍ବପ୍ନ। ବିଡିଏର ସୁଲଭ ଗୃହ ନିର୍ମାଣ ଯୋଜନା ଜରିଆରେ ସହରାଞ୍ଚଳ ଗରିବ ଲୋକଙ୍କୁ ଆଶ୍ରୟସ୍ଥଳ ଯୋଗାଇ ଦେବାପାଇଁ ସରକାର ଲକ୍ଷ ରଖିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଡିଏର ଉପାଧ୍ୟକ୍ଷ ଡକ୍ଚର ଏନ. ତିରୁମାଲା ନାଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Share This Article