କଳାହାଣ୍ଡି ଜିଲ୍ଲାରେ ଶିକ୍ଷାଗ୍ରହ ପ୍ରକଳ୍ପର ଆରମ୍ଭ

Odisha Hot News
1 Min Read

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଜିଲ୍ଲା ଯୋଜନା ଓ ମନିଟରିଂ ବିଭାଗ ତରଫରୁ ଶିକ୍ଷା ସମ୍ବାଦ ଓ ସ୍ଟେମ୍ ଶିକ୍ଷାକୁ ଶକ୍ତିଶାଳୀ କରିବା ପାଇଁ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ଯୋଜନା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।

ଓଡିଶା ରାଇଜିଂ ଫାଉଣ୍ଡେସନ ଏବଂ କଳାହାଣ୍ଡି ଜିଲ୍ଲା ଯୋଜନା ଓ ମନିଟରିଂ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡ଼ା. କୁମୁଦିନୀ ମିଶ୍ର, ମନିଟରିଂ, ପ୍ଲାନିଙ୍ଗ ଏବଂ ଲର୍ଣ୍ଣିଂ ଏକ୍ସପର୍ଟ, ସ୍ୱାଗତ ଭାଷଣ ସହିତ, କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଷ୍ଟେମ ଶିକ୍ଷାର ଗୁରୁତ୍ୱକୁ ସମ୍ପର୍କରେ ଆଲୋଚନା କରିଥିଲେ।

ଓଡିଶା ରାଇଜିଙ୍ଗ ଫାଉଣ୍ଡେସନର ସାଗରିକା, ସିନିଅର ପ୍ରୋଗ୍ରାମ ମ୍ୟାନେଜର, କିନୋଟ ଭାଷଣ ଦେଇ ଶିକ୍ଷାର ଲାଭକୁ ଉପସ୍ଥାପନ କରିଥିଲେ ଏବଂ “ଶିକ୍ଷାଗୃହ” ପ୍ରକଳ୍ପର ମୂଲ ଉଦ୍ଦେଶ୍ୟ ଓ ଲକ୍ଷ୍ୟଗୁଡ଼ିକ ବିଷୟରେ ଅବଗତ କରାଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରି ଜିଲ୍ଲା ପ୍ରଶାସନ ର ସମର୍ଥନକୁ ଉପସ୍ଥାପନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ମହନ ସାହୁ, ଏଡିଏଓ, ଷ୍ଟେମ ଶିକ୍ଷାର ଅଭିନବ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀକାନ୍ତ ଦଳେଇ, ଡିପିଏମୟୁ ଉପନିର୍ଦ୍ଦେଶକ (ପ୍ଲାନିଂ ଏବଂ ଷ୍ଟାଟିସ୍ଟିକ୍ସ) ଏବଂ ଏଡିଓ ମିଶିତ ଶିକ୍ଷାରେ ସରକାରୀ ଭୂମିକା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଓଡିଶା ରାଇଜିଂର ଆଦିତ୍ୟ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share This Article