ବାତ୍ୟା ପାଇଁ ବାତିଲ ହେଲା ଓଏଏସ ପରୀକ୍ଷା, ଓପିଏସସି ତରଫରୁ ଘୋଷଣା

Odisha Hot News
1 Min Read

ଭୁବନେଶ୍ବର: ବାତ୍ୟା ଦାନା ପାଇଁ ଆସନ୍ତା 27 ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି। ତେବେ ପରବର୍ତ୍ତି ପରୀକ୍ଷା କେବେ ହେବ ସେ ନେଇ ପରେ ଅବଗତ କରାଯିବ ବୋଲି ଓପିଏସସି ତରଫରୁ କୁହାଯାଇଛି। ତେବେ ଏ ନେଇ ପରୀକ୍ଷାର୍ଥୀ ଓପିଏସସି ୱେବସାଇଟରେ ବିସ୍ତୁତ ତଥ୍ୟ ହାସଲ କରିପାରିବେ।

ବର୍ତ୍ତମାନ ବାତ୍ୟା ଦାନା ଆସନ୍ତାକାଲି ସ୍ଥଳ ଭାଗ ଛୁଇଁବ। ପଚିଶ ତାରିଖରେ ଏହାର ପ୍ରବଳ ପ୍ରଭାବ ରହିବ। ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଭାଙ୍ଗିଯିବା ସହିତ ଗମନାଗମନ ବାଧାପ୍ରାପ୍ତ ହେବ। ଏପରିକି ଟ୍ରେନ ସେବା ମଧ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ପରୀକ୍ଷାକୁ ସ୍ଥଗିତ ରଖାଗଲା ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Share This Article