ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ

Odisha Hot News
1 Min Read

ଖୋର୍ଦ୍ଧା: ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ଅଧ୍ୟକ୍ଷ ପ୍ରଣବ କିଶୋର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଡ଼ଃ ପ୍ରମୋଦ ଚନ୍ଦ୍ର ଦାଶ, ପ୍ରତିଷ୍ଠାତା ଆମରି ସତ୍ୟ ତଥା ପ୍ରାକ୍ତନ ଅଧ୍ୟକ୍ଷ, ବେଗୁନିଆ କଲେଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମାଜିକ ସେବା ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜର କିପରି ସଫଳ ବ୍ୟକ୍ତିତ୍ୱର ବିକାଶ ହେବ ତାହା ପାଇଁ ଏବେ ଠାରୁ ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ବକ୍ତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ଗଠନର ଓ ସର୍ବୋପରି ସେବା ମନବୃତ୍ତିର ବିକାଶ ଦେଶ ଗଠନରେ ସାହାଯ୍ୟ କରିବ ବୋଲି ମତ ବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି ଜାତୀୟ ସେବା ଯୋଜନାର କାର୍ଯ୍ୟ କଳାପ ଓ ସାମାଜିକ କାର୍ଯ୍ୟ କିପରି ଆଗକୁ ବଢିପାରିବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଧିକାରୀ ଅଲିଭା ବେହୁରା ଅନ୍ୟତମ ପ୍ରୋଗ୍ରାମ ଅଫିସର ରବି ନାରାୟଣ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ପୂର୍ବତନ ଏନ ଏସ ଏସ ସ୍ଵେଚ୍ଛାସେବୀ ଅବିନାଶ ଦଳେଇ, ଶୁଭମ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ସୁବୋଧ କୁମାର ଜଗଦ୍ଦେବ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Share This Article