ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏ ପର୍ଯ୍ୟନ୍ତ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେଣି । ପୂର୍ବରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି । ଏହାପରେ ବାସୁଦେବପୁର ବ୍ଲକ୍ ର ୯ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।ଏହି ୯ ପଞ୍ଚାୟତକୁ ୪ଟି ଜୋନ୍ ରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜୋନ୍ -୧ରେ ଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକ ହେଲା ପଦ୍ମପୁର, ଲୁଙ୍ଗା, ସୁଗୋ, ଏରତାଲ୍ । ଜୋନ୍ -୨ରେ ଥିବା ଗ୍ରାମ ପଞ୍ଚାୟତ ହେଲା ଖରିଡ଼ା ବିନାୟକପୁର ଓ ଗୁଆଗାଡ଼ିଆ । ଜୋନ୍ -୩ରେ ଲକ୍ଷ୍ମୀଦାସପୁର ଓ ବାଲିମେଡ଼ ପଞ୍ଚାୟତ ରହିଛି । ଜୋନ୍ -୪ରେ ଅଧୁଆଁ ଗ୍ରାମପଞ୍ଚାୟତ ରହିଛି । ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବାସୁଦେବପୁରର ୯ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
