ରାଜ୍ୟସଭା ଉପନିର୍ବାଚନ ଜିତିଲେ ମମତା ମହାନ୍ତ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

Odisha Hot News
1 Min Read

ଭୁବନେଶ୍ବର: ବିଜେପି ପ୍ରାର୍ଥୀ ମମତା ମହାନ୍ତ ରାଜ୍ୟସଭା ଉପନିର୍ବାଚନରେ ବିଜୟଲାଭ କରିଛନ୍ତି। ଏକମାତ୍ର ପ୍ରାର୍ଥୀ ଭାବେ ସେ ନିର୍ଦ୍ବନ୍ଦରେ ବିଜୟ ଲାଭ କରିଛନ୍ତି। ଆଜି ମମତା ବିଧାନସଭା ଆସି ତାଙ୍କର ବିଜୟ ପ୍ରମାଣ ପତ୍ର ଗ୍ରହଣ କରିଛନ୍ତି। ଏହାପରେ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଧାନସଭା ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ।

ରାଜ୍ୟସଭା ଉପନିର୍ବଚନ ପାଇଁ ଦୁଇଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଜଣେ ବିଜେପିର ମମତା ଏବଂ ସ୍ବାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା। ଆଜି ଶେଷ ଦିନରେ ଜଗନ୍ନାଥ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ମମତା ଏକମାତ୍ର ପ୍ରାର୍ଥୀ ଭାବେ ବିଜୟଲାଭ କରିଛନ୍ତି। ପୂର୍ବରୁ ସେ ସେହି ଆସନର ସଦସ୍ୟା ଥିଲେ।

Share This Article