ଭୁବନେଶ୍ୱର: ପୁଣି ଶଙ୍ଖ କୁ ମିଳିଲା ନୂଆ ବନ୍ଧୁ । ହତାସ ହେଲା କଗ୍ରେସ । ତେବେ ଦିନକୁ ଦିନ ହାତ ଓ ପଦ୍ମ ଦୁର୍ବଳ ହେଉଛି । ଆଉ ସବଳ ହେଉଛି ଶଙ୍ଖ । ଫଳରେ ଓଡିଶାରେ ବିଜେଡି ତାର ସ୍ଥିତିକୁ ମଜଭୁତ କରିବାରେ ସଫଳ ହେଉଛି । ତେବେ ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ ବିଜେଡ଼ିରେ ଯୋଗଦେଇଛନ୍ତି । ଯାହାକୁ ନେଇ ମୋହନା ଅଞ୍ଚଳରେ ନିର୍ବାଚନୀ ମାହୋଲରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ତେବେ କଂଗ୍ରେସ ବିଧାୟକ ଚକ୍ରଧର ବିଜେଡିରେ ସାମିଲ ହବୋ ପରେ କହିଛନ୍ତି ବିଜେଡିରେ ମିଶିଲା ପରେ ମୋତେ ଘର ବାହୁଡା ପରି ଲାଗୁଛି । ଏହାମଧ୍ୟ ଚକ୍ରଧର କହିଛନ୍ତ,ି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ପ୍ରତି ସମର୍ଥିତ କାର୍ଯ୍ୟକଳାପ ଏବଂ ସୁଃଶାସନ ଓଡ଼ିଶାର ବିକାଶ ପଥରେ ଅଗ୍ରଣୀ ଭୂମିକା ନିର୍ବାହ କରିବ । ଯାହାକୁ ସଫଳ କରାଇବାକୁ ଆମ୍ଭେମାନେ ସବୁ ଦାୟିତ୍ୱ ତୁଲାଇବୁ । ତେବେ ଆଗକୁ ୨୦୧୯ ନିର୍ବାଚନ ଆସୁଥିବାରୁ ଦକ୍ଷିଣ ଓଡ଼ିଶାରେ ବିଜେଡ଼ି ତା’ର ସ୍ଥିତିକୁ ବଜାଇ ରଖିବା ପାଇଁ ଉଦ୍ୟମ ଚଳାଉଥିବାବେଳେ ଗଜପତି ମୋହନା ନିର୍ବାଚନ ମଣ୍ଡଳୀର ଏହି ପୂର୍ବତନ କଂଗ୍ରେସ ବିଧାୟକ ଆଜି ହାତକୁ ଛାଡି ଶଙ୍ଖକୁ ଧରିଥିବା ଜଣାପଡିଛି । ଯାହା ଫଳରେ ବଡ ଝଡକା ଲାଗଛିି ହାତକୁ ।
ହାତ ଛାଡି ଶଙ୍ଖ ଧରିଲେ: ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ପାଇକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Williamlep on ମହାରାଷ୍ଟ୍ରରେ ବର୍ଷା ବିତ୍ପାତ : ପାଚେରୀ ଭୁଶୁଡି ୧୫ ଜଣଙ୍କର ମୃତ୍ୟୁ
- BrianCob on ୧୫୯ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ !
- EldenMeate on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- Ronaldnot on ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ପରିଚାଳନାଗତ ତ୍ରୁଟି ଯୋଗୁ ୪ ବୁଥ୍ରେ ସାନି ମତଦାନ
- HowardDob on ରାଜ୍ୟରେ ରେକର୍ଡ ଟେଷ୍ଟ: ୨୪ ଘଣ୍ଟାରେ ୩ ହଜାର ୫୩୫ ସାମ୍ପଲ ପରୀକ୍ଷଣ
