ଭୁବନେଶ୍ୱର : ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କ ସହ ପଞ୍ଜାବୀ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ଶିଖ୍ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି। .ଆଲୋଚନା ପରେ ପ୍ରତିନିଧି ଦଳର ମୁଖ୍ୟ ବିଧାୟକ ସମରଜିତ୍ ସିଂହ କହିଛନ୍ତି,“ ମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି। ଓଡ଼ିଶା ସରକାର ମଙ୍ଗୁ, ପଂଜାବୀ, ବଲି ମଠର ପୁନରୁଦ୍ଧାର କରିବେ। ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ଏସବୁ କରାଯାଉଛି।”ସୂଚନାଯୋଗ୍ୟ, ମଙ୍ଗୁ ମଠ ଭଙ୍ଗାଯିବା ପ୍ରତିବାଦରେ ଗତକାଲି ଭୁବନେଶ୍ୱରରେ ଶିଖ୍ ସମାଜ ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ପଞ୍ଜାବର ୨ ଜଣ ବିଧାୟକ ସମରଜିତ ସିଂହ ଓ ବଲଓ୍ୱନ୍ତ ସିଂହ ସାମିଲ ହୋଇଥିଲେ। ଏଥିସହ ପଞ୍ଜାବର ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ।
‘ମଙ୍ଗୁ ମଠ ଭଙ୍ଗା ନେଇ ଭୁଲ୍ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି’ : ସମରଜିତ୍ ସିଂହ
Leave a Comment
Leave a Comment
- Advertisement -
Stay Connected
Comment
- Kapelnica ot zapoya_lrol on ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
- Jeffreychame on ଗାଁ ଦାଣ୍ଡରେ୪ ଜଣଙ୍କୁ ଟାଙ୍ଗିଆରେ ହାଣି ଯୁବକ ଗିରଫ
- Kapelnica ot zapoya_pbSl on ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
- Brianbex on କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ସହ ମାର୍ଚ୍ଚ ୩୧ ତାରିଖ ଯାଏଁ ସବୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି
- Vivod iz zapoya na domy_ljEi on ଆଜିର ରାଶିଫଳ
