ବାଲୁଗାଁ ଇସ୍କନରେ ଧୂମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ, ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁସ୍ଥିତ ଇସ୍କନ ଠାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଦିନତମାମ ଭଜନ ସମାରୋହ ସାଙ୍ଗକୁ ହରେ ରାମ ହରେ କୃଷ୍ଣ ଧ୍ୱନୀରେ ପରିସର କମ୍ପି ଉଠୁଥିଲା।

ସନ୍ଧ୍ୟା ଆଳତିରେ ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ମନ୍ତ୍ରୀଙ୍କ ସହ ପୂର୍ବତନ ଚିଲିକା ବିଧାୟକ ଡା ବିଭୁତି ଭୂଷଣ ହରିଚନ୍ଦନ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରାଙ୍କ ସମେତ ବହୁ ଆଗ ଧାଡ଼ିର ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

ସାନ୍ଧ୍ୟ ଅଧିବେଶନରେ ଶ୍ରୀକୃଷ୍ଣ ଜନ୍ମ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ଭକ୍ତଙ୍କ ନିମିତ୍ତ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ହଜାର ହଜାର ସଂଖ୍ୟକ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଇସ୍କନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Share This Article