ରାଜନୀତିରୁ ଅବସର ନେଲେ ଡ ଅଚ୍ୟୁତ ସାମନ୍ତ, ଜାଣନ୍ତୁ ଏହାର କାରଣ

Odisha Hot News
1 Min Read

ଭୁବନେଶ୍ବର: ପରାଜୟ ବରଣ ପରେ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି ଡ. ଅଚ୍ୟୁତ ସମାନ୍ତ। ଏ ନେଇ ସେ ଏକ ଘୋଷଣା କରିଛନ୍ତି। ଏଥିସହିତ ଗତକାଲି ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଅବସର ନେବେ ବୋଲି ଅବଗତ କରାଇଛନ୍ତି। ନବୀନ ତାଙ୍କୁ ରାଜ୍ୟସଭା ତଥା ଲୋକସଭାରେ ସ୍ଥାନ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏଥସହିତ ସେ କନ୍ଧମାଳବାସୀଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି। ତେବେ ସେ ପ୍ରତ୍ୟେକ୍ଷ ରାଜନୀତିରୁ ଅବସର ନେଇଥିଲେ ମଧ୍ୟ ତାଙ୍କର ଜନସେବାକୁ ଜାରୀ ରଖିବେ। ଦୀର୍ଘ 32 ବର୍ଷ ଧରି ସେ ଏହି କାମ କରି ଆସିଥିବାରୁ ତାହାକୁ ସେ ବଜାଇ ରଖିବେ ବୋଲି ଘୋଷଣା କରିଛନ୍ତି। ଶ୍ରୀ ସାମନ୍ତ ଚଳିତ ନିର୍ବାଚନରେ କନ୍ଧମାଳ ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇ ହାରିଯାଇଛନ୍ତି।

Share This Article