ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Odisha Hot News
1 Min Read

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଦେଶ ଓ ରାଜ୍ୟରେ କିଭଳି ସରକାର ଦରକାର ତାହା ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୋଦି କହିଛନ୍ତି। ସୁନ୍ଦରଗଡ଼ରେ ଏହି ସଭାରେ ଆପଣମାନେ ଯେତେ ସଂଖ୍ୟାରେ ଆସିଛନ୍ତି ତାହା ଦେଖି ମୁଁ ଅଭିଭୂତ।ଏହାକୁ ମୁଁ କେବେ ଭୁଲିପାରିବି ନାହିଁ । କେହି ଜଣେ କହିଲେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ସୁନ୍ଦରଗଡ଼ ଆସିଛନ୍ତି,  ପ୍ରଧାନମନ୍ତ୍ରୀ ନୁହେଁ, ପ୍ରଧାନ ସେବକ ସୁନ୍ଦରଗଡ଼ ଆସିଛି, ପ୍ରଧାନ ସେବକ ତା’ର ମାଲିକଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସିଛି । ଆଜିଠୁ ନବରାତ୍ରିର ଶୁଭାରମ୍ଭ ହେଉଛି ଏହି ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି।’ ବିଜେପି ହେଉଛି କାର୍ଯ୍ୟକର୍ତ୍ତାଙ୍କ ଦଳ। ଏହା ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ଝାଳରେ ତିଆରି ହୋଇଛି। ଓଡ଼ିଶାରେ ଏଥର ସବୁଠାରୁ ଅଧିକ ଆସନରେ ବିଜେପି ବିଜୟୀ ହେବ।

Share This Article
Leave a Comment