ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତି ପ୍ରସ୍ତୁତି: ଆସନ୍ତାକାଲିଠୁ ୧୪୪ ଧାରା

Odisha Hot News
1 Min Read

ଚାନ୍ଦପୁର/ନୟାଗଡ: ଆସନ୍ତା କାଲି ସାରା ଦେଶରେ ହେବ ଭୋଟ ଗଣତି। ସେଥିପାଇଁ ସବୁଆଡେ ଲାଗି ରହିଛି ରାଜନୈତିକ ତାତି। ଉଭୟ ଶାସକ ବିରୋଧିଙ୍କ ମଧ୍ୟରେ ଲାଗି ରହିଛି ଛକା ପଞ୍ଜା। ଏତିକି ବେଳେ ବିଭିନ୍ନ ପ୍ରକାର ଅଘଟଣ ଘଟାଇ ନିଜର ମନ୍ଦ ଯୋଜନାକୁ ଫଳବ୍ରତ କରିବା ପାଈଁ କେତେକ ଅସାମାଜିକ ଚରିତ୍ରର ବ୍ୟକ୍ତି ସୁଯୋଗକୁ ଅପେକ୍ଷା କରିଥାନ୍ତି। ହେଲେ ପ୍ରଶାସନ ଏବେ ଠାରୁ ଏହାକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ଆସନ୍ତାକାଲି ନୟାଗଡ ଜିଲ୍ଲାରେ କିଭଳି ସୁରୁଖୁରୁରେ ଭୋଟ ଗଣତି ହୋଇ ପାରିବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରିବା ସହ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା କାଲି ସକାଳ ୬ ଟାରୁ ୫ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ଜିଲ୍ଲାରେ ୧୪୪ ଧାରା ଲାଗୁ କରିଛି। ଏଥିପାଇଁ ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ପକ୍ଷରୁ ଚାନ୍ଦପୁର ଥାନାର କେରଣ୍ଡା ଟାଙ୍ଗୀ, ମୟୁର ଝାଲିଆ, କନ୍ଧ ନୟାଗଡ଼ ଓ ଚାନ୍ଦପୁର ବଜାରରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।

ଚାନ୍ଦପୁର ଥାନା ଆଇଆଇସି ଜଗଦୀଶ ଚନ୍ଦ୍ର କରଙ୍କ ନେତୃତ୍ୱରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସହ ଫ୍ଲାଗ ମାର୍ଚ୍ଚରେ ଚାନ୍ଦପୁର ପୋଲିସ ସାମିଲ ହୋଇଛନ୍ତି। ଯେକୌଣସି ପରିସ୍ଥିତିକୁ ସମ୍ମୁଖୀନ କରିବା ପାଇଁ ଚାନ୍ଦପୁର ପୋଲିସ ସମକ୍ଷ ବୋଲି ପୋଲିସ କହିଛି।

Share This Article