ନିର୍ବାଚନ ତାରିଖ କେଉଁଦିନ ଘୋଷଣା ହେବ, ଆସିଲା ଏକ ବଡ ଖବର

Odisha Hot News
1 Min Read

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ କେବେ ନିର୍ବାଚନ ହେବା, କେବେ ତାରିଖ ଘୋଷଣା ହେବ ସେ ନେଇ ଲାଗି ରହିଛି ଆଶା ଆଶଙ୍କା। ଏପରି ପରିସ୍ଥିତରେ ଆସିଛି ଏକ ବଡ ଖବର। ତାହା ହେଲା ଯେ, ଆସନ୍ତା 14 କିମ୍ବା 15 ତାରିଖରେ ଘୋଷଣା ହେବ ଲୋକସଭା ସହିତ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ଏ ନେଇ ଭାରତ ନିର୍ବାଚନ କମିଶନରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ତେବେ ଏଥିରେ କୁହାଯାଇଛି ଯେ,ବର୍ତ୍ତମାନ ଭାରତ ନିର୍ବାଚନ କମିଶନରେ ଦୁଇ ଜଣ ସଦସ୍ୟଙ୍କ ପଦବୀ ଖାଲି ରହିଛି। ଆସନ୍ତା 15 ତାରିଖରେ ଏହି ଦୁଇ ପଦବୀରେ ଦୁଇଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ସେମାନେ ଦାୟିତ୍ବ ନେବା ପରେ ତାରିଖ ଘୋଷଣା ହେବ ବୋଲି କୁହାଯାଇଛି।

Share This Article