ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସରେ ସଚେତନତା ରାଲି

Odisha Hot News
2 Min Read

ଭୁବନେଶ୍ଵର: ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସର ଚଳିତ ବର୍ଷ ଥିମ ରହିଛି ”କ୍ରିଏଟିଙ୍ଗ ହୋପ ଥ୍ରୋ ଆକ୍ସନ”। ଏ ନେଇ ‘ରେଶର୍ସ ଆଣ୍ଡ ରନର୍ସ କ୍ଲବ’ ଓ ଭାରତୀୟ ମାନସିକ ସଂଘ ଓଡିଶା ଶାଖା ପକ୍ଷରୁ ମିଳିତ ଆନୁଲୁଲ୍ୟରେ ଭୁବନେଶ୍ୱରରେ ଏକ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସେପ୍ଟେମ୍ବର ୧୦ ତାରିଖକୁ ଆତ୍ମହତ୍ୟା ନିବାରଣ ଦିବସ ରୂପେ ପାଳନ କରାଯାଉଛି।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ପୃଥିବୀରେ ବର୍ତ୍ତମାନ ଯେଉଁ ପରିମାଣରେ ଆତ୍ମହତ୍ୟାର ସଂଖ୍ୟା ବଢ଼ି ଚାଲିଛି ତାହାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ତାର ସଂଖ୍ୟା କମ କରିବା ବା ସମ୍ପୂର୍ଣ୍ଣ ଭାବେ ନିବାରଣ କରିବା। ବର୍ତ୍ତମାନ ପ୍ରାୟ ପ୍ରତି ୪୦ ସେକେଣ୍ଡରେ ଜଣେ ନା ଜଣେ ବ୍ୟକ୍ତି ପୃଥିବୀରେ ଆତ୍ମହତ୍ୟା କରୁଛନ୍ତି। ଏହି ଆତ୍ମହତ୍ୟାର ମୁଖ୍ୟ କାରଣ ଏକ ମାନସିକ ରୋଗ। ଏହି ମାନସିକ ରୋଗକୁ ସମାଜ ଚେଷ୍ଟା କଲେ ଏହାକୁ ଦୂର କରାଯାଇ ପାରିବ। ଏହାକୁ ଦୂର କରିବା ପାଇଁ ବିଭିନ୍ନ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇ କରାଯାଇ ପାରିବ।

ସମାଜରେ ବାପା ମା ଆଉ ଅନ୍ୟ ମାନେ ମଧ୍ୟ ସାମାଜିକ ବନ୍ଧୁ ଏମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଗଲେ ତାହାକୁ ଦୂର କରାଯାଇପାରେ। ଏହି ଆତ୍ମହତ୍ୟା ବଢିବାର ମୁଖ୍ୟ କାରଣ ବର୍ତ୍ତମାନର ଯୋଉ ସାମାଜିକ ଚଳଣି, ଛୋଟ ପରିବାର, ଘର ଭିତରେ ଏକା ରହିବା ଓ ରୋଜଗାର ନ କରିପାରି ବର୍ତ୍ତମାନ ସମାଜରେ ଯେଉଁ ଭଳି ବଢ଼ି ଚାଲିଛି, ଆଧୁନିକୀକରଣ ତାକୁ ତାଳ ଦେଇ ନ ପାରିବ ଏହାର ମୁଖ୍ୟ କାରଣ ଅଟେ। ଏହାକୁ ନିବାରଣ କରିବା ପାଇଁ ଏକ ସୁଗମ ପନ୍ଥା ହେଲା ପ୍ରତ୍ୟେକ ଦିନ ଶାରିକ ବ୍ୟାୟମ କରିବା ବା ଦୌଡ, କୁଦ, ସାଇକେଲ ଓ ସନ୍ଥଳନ ଇତ୍ୟାଦି କରାଯାଇ ମାନସିକ ସ୍ଥିତିକୁ ଠିକ ରଖାଯାଇପାରିବ। ଏହା କରାଗଲେ ଜଣେ ଲୋକ ବା ବ୍ୟକ୍ତି ତାର ମାନସିକ ସ୍ଥିତି ଠିକ ରଖିପାରିବ ଓ ଖୁସିରେ ରହିପାରିବ।

ବର୍ତ୍ତମାନ ଏହାକୁ ଦୂର କରିବା ପାଇଁ ଭୁବନେଶ୍ବରସ୍ଥିତ ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ସମ ହସ୍ପିଟାଲ ରେ କାର୍ଯ୍ୟରତ ସିଏ ମୁଖ୍ୟ ଏକ ପୁରୋଧା ଭାବରେ ଏହାକୁ ନିବାରଣ କରିବାକୁ ଚେଷ୍ଟା କରୁଛନ୍ତି। ‘ରେଶର୍ସ ଆଣ୍ଡ ରନର୍ସ କ୍ଲବ’ ସହଯୋଗରେ ଏକ ସାଇକେଲ ରାଲି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ଏହି ପଦକ୍ଷେପ ନେଇଛନ୍ତି।

Share This Article