ଭୁବନେଶ୍ବର : ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଦୂର ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ରାଜ୍ୟରେ ଖୋଲିଥିବା ମେଡିକାଲ କଲେଜଗୁଡ଼ିକରୁ ଅଧିକ ସଂଖ୍ୟାରେ ଡାକ୍ତର ପାସ୍ କରିବାକୁ ଯାଉଥିବାରୁ ଆଗକୁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଥିବା ଡାକ୍ତରଙ୍କ ଅଭାବ ଆଉ ରହିବ ନାହିଁ। ସ୍ବାସ୍ଥ୍ୟସେବା ସବୁବେଳେ ଏକ ବଡ଼ ଆହ୍ବାନ। ତେବେ ସମସ୍ତ ପରିସ୍ଥିତିରେ ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ, ଶ୍ରୀ ଦାସ ନୂତନଭାବେ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ବିଧିବଦ୍ଧ ଭାବେ ସଚିବାଳୟର ଦ୍ବିତୀୟ ମହଲାରେ ତାଙ୍କୁ ସ୍ବତନ୍ତ୍ର ପ୍ରକୋଷ୍ଠ ଦିଆଯାଇଛି। ଆଜି ସେଠାରେ ପୂଜାପାଠ ହୋଇଥିଲା। ଏହି ସମୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଦୁଇ ବର୍ଷରେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଦୂର ହେବ: ମନ୍ତ୍ରୀ
Leave a Comment
Leave a Comment
- Advertisement -
Stay Connected
Comment
- pinup_msPl on କଟକର ଏସ୍ସିବିକୁ ଆସିବେ ଜଗା-ବଳିଆ
- mostbet_pyet on କଟକର ଏସ୍ସିବିକୁ ଆସିବେ ଜଗା-ବଳିଆ
- EarnestTEW on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- mostbet_ltOa on ଭାଜପାକୁ ଝଟକା: ରାଜ୍ୟ ଉପସଭାପତି ରାଜକିଶୋର ଦାସ ଛାଡ଼ିଲେ ଦଳ
- 888starz_fekn on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
