ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ର ପ୍ରକୋପ ବଢ଼ି ବଢ଼ି ଚାଲିଛି। ବ୍ୟାପକ କଟକଣା ଏବଂ ଲକ୍ଡାଉନ୍ ସତ୍ତ୍ବେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୭୫ଟି ନୂଆ ମାମଲା ସାମ୍ନାକୁ ଆସିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୧୦୨୬ରେ ପହଞ୍ଚିଛି। ଦେଶରେ ଆଜି ସୁଦ୍ଧା ୨୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୮୩ ଜଣ ଆକ୍ରାନ୍ତ କରୋନାରୁ ମୁକ୍ତ ହୋଇଛନ୍ତି। କେରଳ ଏବଂ ମହାରାଷ୍ଟ୍ରରେ ଏବେ ସର୍ବାଧିକ ଆକ୍ରାନ୍ତ ଅଛନ୍ତି। ମହାରାଷ୍ଟ୍ରରେ ଆଜି ସୁଦ୍ଧା ୨୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ରାଜ୍ୟରେ ୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ୨୫ ଜଣ ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶରେ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଣ୍ଡାମାନ ନିକୋବରରେ ୯ ଜଣ, ବିହାରରେ ୯ ଜଣ, ଚଣ୍ଡିଗଡ଼ରେ ୮ ଜଣ, ଛତିଶଗଡ଼ରେ ୬ ଜଣ, ଦିଲ୍ଲୀରେ ୩୯ ଜଣ, ଗୋଆରେ ୩ ଜଣ, ଗୁଜରାଟରେ ୫୩ ଜଣ, ହରିୟାଣାରେ ୩୩ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ କାଶ୍ମୀରରେ ୩୧ ଜଣ, କର୍ଣ୍ଣାଟକରେ ୭୬ ଜଣ, ଲଦାଖରେ ୧୩ ଜଣ, ମଧ୍ୟପ୍ରଦେଶରେ ୩୦ ଜଣ, ଓଡ଼ିଶାରେ ୩ ଜଣ, ପୁଡୁଚେରିରେ ୧, ପଂଜାବରେ ୩୮ ଜଣ, ରାଜସ୍ଥାନରେ ୫୪ ଜଣ, ତାମିଲନାଡ଼ୁରେ ୪୨ ଜଣ, ତେଲେଙ୍ଗାନାରେ ୫୫ ଜଣ, ଉତ୍ତରାଖଣ୍ଡରେ ୬ ଜଣ, ଉତ୍ତରପ୍ରଦେଶରେ ୫୫ ଜଣ ଏବଂ ପଶ୍ଚିମବଂଗରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି।
ଆଜି ନଏଡ଼ାରେ ୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗାଜିଆବାଦରେ ଏକ ଦମ୍ପତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ, ରାଜସ୍ଥାନ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ପଂଜାବ ଏବଂ ତେଲେଙ୍ଗାନାରେ ଆକ୍ରାନ୍ତ ସଂଖ୍ୟା ଅନ୍ୟ ଅଂଚଳ ଅପେକ୍ଷା ଅଧିକ ଥିବାରୁ ଏହି ରାଜ୍ୟମାନଙ୍କ ଉପରେ ସତର୍କ ନଜର ରଖାଯାଇଛି। ଲକ୍ଡାଉନ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର କ୍ୟାବିନେଟ୍ ସେକ୍ରେଟାରି ରାଜ୍ୟମାନଙ୍କର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଯୋଗାଯୋଗରେ ଅଛନ୍ତି। ବିହାର, ପଶ୍ଚିମବଂଗ, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ବାହାରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ ଆରମ୍ଭ ହୋଇଛି। ସୀମା ସିଲ କରି ଲୋକଙ୍କୁ ସ୍କ୍ରିନିଂ କରାଯାଉଛି। ସୋସିଆଲ ମିଡିଆରେ ମିଛ ଖବର ପୋଷ୍ଟ କରୁଥିବା ୩୬ ଜଣଙ୍କ ବିରୋଧରେ ମହାରାଷ୍ଟ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.