ଭୁବନେଶ୍ୱର: ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ୍ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏଶନ। ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରି ନ ପାରି ପ୍ରାୟ ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ ହୋଇ ସାରିଲାଣି। ଅନେକ ଫାର୍ମ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି। ଆମ ରାଜ୍ୟରେ କୃଷିଭିତ୍ତିିକ ଅଣ୍ଡା ଉତ୍ପାଦନ ଶିଳ୍ପରେ ପ୍ରତ୍ୟକ୍ଷ ଭାବେ ୫୦ ହଜାର ଓ ପରୋକ୍ଷ ଭାବେ ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି। କିନ୍ତୁ ଆଜକୁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ହେଲାଣି କୁକୁଡା ଖାଦ୍ୟ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦ ମୂଲ୍ୟ ଅତ୍ୟଧିକ ବୃଦ୍ଧି ହେଉଥିବା ଯୋଗୁ ଅଣ୍ଡାର ଉତ୍ପାଦନ ଦର ମଧ୍ୟ ତଦନୁଯାୟୀ ବୃଦ୍ଧି ପାଇଛି। ଏହି ପରିସ୍ଥିତିର ଫାଇଦା ନେଇ କିଛି ଅଣ୍ଡା ବ୍ୟବସାୟୀ ବାହାର ରାଜ୍ୟରୁ ୧୦/୧୫ଦିନର ବାସି ଓ ନିମ୍ନମାନର ଅଣ୍ଡାକୁ କମ୍ଦରରେ ଆଣି ଆମ ରାଜ୍ୟର ଅଣ୍ଡା ବଜାରରେ ବିକ୍ରି କରୁଛନ୍ତି। ଏହା ସହିତ ଆମ ରାଜ୍ୟର ଅଣ୍ଡା ଉତ୍ପାଦନ କରୁଥିବା କୃଷକ ଭାଇମାନଙ୍କୁ ସ୍ବଳ୍ପ ମୂଲ୍ୟରେ ଅଣ୍ଡା ବିକ୍ରି ପାଇଁ ବାଧ୍ୟ କରୁଛନ୍ତି, ଯାହାକି ଓଡ଼ିଶାର ଚାଷୀ ଭାଇମାନଙ୍କ ଲାଗି ଏକ ଖରାପ ପରିସ୍ଥିତି ସୃଷ୍ଟି କରୁଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ଏମାନେ ବାଧ୍ୟ ହେଉଛନ୍ତି। ସରକାରଙ୍କ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଅଣ୍ଡା ବନ୍ଦ ଦ୍ୱାରା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। କିନ୍ତୁ କିଛି ବ୍ୟବସାୟୀ ଉପରୋକ୍ତ ଭୟଙ୍କର ସ୍ଥିତିକୁ ଖାତିର ନକରି ନିଜର ଲାଭ ପାଇଁ ନିମ୍ନମାନର ଅଣ୍ଡାକୁ ବିକ୍ରି କରି ଚାଲିଛନ୍ତି। ରାଜ୍ୟ ସରକାର ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ନଚେତ ଆଗାମୀ ଦିନରେ ଅଲ୍ ଓଡ଼ିଶା ଲେୟାର ଫାର୍ମରସ୍ ଆସୋସିଏଶନ(ଏଓଏଲ୍ଏଫ୍ଏ) ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
ପ୍ରଭାବିତ ହେଉଛି ଓଡ଼ିଶାର ଅଣ୍ଡା ଶିଳ୍ପ: ଆନ୍ଦୋଳନକୁ ଓହ୍ଲାଇବ ଏଓଏଲ୍ଏଫ୍ଏ
Leave a Comment
Leave a Comment
- Advertisement -
Stay Connected
Comment
- Narkologicheskii stacionar_xgsn on ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
- Robertfauts on ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ
- Deweywom on ପାକିସ୍ତାନରୁ ଫେରିବା ପରେ ସୁଷମାଙ୍କୁ ଭେଟିଲେ ଅନସାରୀ ।
- BillySoott on ଧୂମପାନ ପରିତ୍ୟାଗ ପାଇଁ ଆପ୍ସ
- Viver De apostas desportivas aplicacoes on ନଡିଆ ଗଛ ପଡି ଶିଶୁକନ୍ୟା ମୃତ !
