ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ନେଇ ଯେଉଁ ଆଶଙ୍କା ଥିଲା ତାହା ବାସ୍ତବ ରୂପ ନେବାରେ ଲାଗିଛି। ଶୁକ୍ରବାର କଟକରେ ଜଣେ ଏବଂ ଭୁବନେଶ୍ୱର ବମିଖାଲରେ ୩ ଜଣ କରୋନା ସଂକ୍ରମିତ ଜଣାପଡିଥିଲା। ଏହାକୁ ନେଇ ଏକ ଭୟର ବାତାବରଣ ଖେଳିଯାଇଥିଲା। ପୁଣି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ କରାଯାଇଥିବା ଟୁଇଟରରେ ସୂଚିତ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତ ସଂଖ୍ୟା ୨୦ରେ ପହଁଚିଛି। ଶୁକ୍ରବାର ଚିହ୍ନଟ ୧୫ଟି ପଜଟିଭ୍ ମଧ୍ୟରୁ ଭୁବନେଶ୍ୱର ସୂର୍ଯ୍ୟନଗରରେ ଆକ୍ରାନ୍ତ ପ୍ରଦୀପ୍ତ ଦଳ ବେହେରାଙ୍କ ପରିବାରଙ୍କ ୭ଜଣ, ବମିଖାଲର ୩ ଜଣ, କଟକରୁ ଜଣେ, ପୁରୀରୁ ଜଣେ, ଯାଯପୁରରୁ ଜଣେ ଓ ଭଦ୍ରକରୁ ୨ ଜଣ । ପ୍ରଦୀପ୍ତଙ୍କ ସ୍ତ୍ରୀ ଓ ଝିଅଙ୍କ ସମେତ ତାଙ୍କ ଘରେ ଭଡ଼ାରେ ରହୁଥିବା ଅନ୍ୟ ୫ଜଣ କରୋନା ଭୂତାଣୁର ସଂକ୍ରମଣରେ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଓଡ଼ିଶାରେ ପୁଣି ୧୧ : କରୋନା ସଂକ୍ରମିତ ସଂଖ୍ୟା ହେଲା ୨୦
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- DuncanLEP on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- mostbet_huEa on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
- mostbet_woEa on ସୋସିଆଲ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚ: ଭାଜପା ଆଗରେ
- 888starz_afPi on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- kyhni SPb_vhSn on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
