ବେଜିଂ: ଭାରତ-ଚୀନ ସୀମା ବିବାଦ ଲାଗି ରହିଥିଲା ବେଳେ ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ସରକାର ଆସନ୍ତା ଜୁନରୁ ହାଇସ୍ପିଡ ଟ୍ରେନ ଚଳାଇବା ନେଇ ଘୋଷଣା କରିଛନ୍ତି। ଅରୁଣାଚଳ ପ୍ରଦେଶ ଠାରୁ ମାତ୍ର ୫୦ କିମି ଦୂରତାରେ ଚୀନ ୪୩୫ କିମି ଦୀର୍ଘ ଟ୍ରେନ କରିଡର ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ଆସନ୍ତା ଜୁନରୁ ଟ୍ରେନ ଚଳାଇବା ନେଇ ସୂଚନା ଦେଇଛି। ଫଳରେ ଏହା ଭାରତ ପାଇଁ ଆଗାମୀ ଦିନରେ ଆହୁରି ବିପଦର କାରଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତିବେତକୁ ନିଜ ନିୟନ୍ତ୍ରଣରେ ରଖିଥବା ଚୀନ ଭାରତୀୟ ଭୂଖଣ୍ଡ ଅରୁଣାଚଳ ପ୍ରଦେଶର ତିବେତର ଏକ ଅଂଶ ବିଶେଷ ବୋଲି ବର୍ଷ ବର୍ଷ ଧିର ଦାବି କରି ଆସୁଛି। ଯେଉଁଥିପାଇଁ ତିବେତ ସୀମାରେ ସର୍ବଦା ଉତ୍ତେଜନା ଲାଗି ରହୁଛି।
ତିବେତ ଅଟୋନମସ ରିଜଅନ (ଟିଏଆର) ଅଧୀନ ଦୁଇଟି ସହରରେ ଚୀନ ୨୦୧୪ ପରଠାରୁ ଟ୍ରେନ ଯୋଗେ ଯୋଗାଯୋଗ ନେଇ ବ୍ୟବସ୍ଥା ଆରମ୍ଭ କରିଥିଲା। ମାତ୍ର ଭାରତୀୟ ସୀମା ଉପରେ ନଜର ପକାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ୪୩୫ କିମି ଦୀର୍ଘ ରେଳପଥ ନିର୍ମାଣ କାର୍ଯ୍ୟ ଶେଷ କରିଛି। ଏହା ତୀବେତର ଲାସାରୁ ନ୍ୟାଙ୍ଗିଚୀକୁ ସଂଯୋଗ କରୁଛି। ଏହା ଏଲଏସି ଠାରୁ ମାତ୍ର ୫୦ କିମି ଦୂର ହୋଇଥିବାରୁ ଚୀନ ପାଇଁ ସେନା ମୁତୟନ ଓ କୌଶଳ ଦଷ୍ଟିରୁ ସେନା ଠୁଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି।
Comment