ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଗଢାଯାଇଥିବା ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳରେ କିଛି ଠିକ୍ ଚାଲୁ ନ ଥିବା ଆଲୋଚନା ହେଉଛି। କାରଣ ମନ୍ତ୍ରିମଣ୍ଡଳ ବିସ୍ତାର ପରେ ମନ୍ତ୍ରୀ ପଦ ନ ମିଳିଥିବା ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କ ମଧ୍ୟରୁ କେତେଜଣ ଦଳ ଛାଡି ଦେଉଥିବା ଦେଖାଗଲାଣି। ଶିବସେନାରେ ଥିବା ଏକମାତ୍ର ମୁସଲିମ ମନ୍ତ୍ରୀ ଅବଦୁଲ ସତ୍ତାର ଶନିବାର ରାଜ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାପଡିଛି। ଆଲୋଚନା ହେଉଛି କି କ୍ୟାବିନେଟ ମନ୍ତ୍ରୀ ପଦ ନ ମିଳିବାରୁ ଅବଦୁଲ ଅସନ୍ତୁଷ୍ଟ ଥିଲେ।
କୁହାଯାଉଛି ଯେ ମନ୍ତ୍ରିମଣ୍ଡଳର ସଂପ୍ରସାରଣକୁ ନେଇ ଅବଦୁଲ ସତ୍ତାର ଅସନ୍ତୁଷ୍ଟ ଥିଲେ। ମନ୍ତ୍ରିମଣ୍ଡଳରେ ତାଙ୍କୁ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ ମିଳିବ ବୋଲି ସେ ଆଶାବାଦୀ ଥିଲେ। କିନ୍ତୁ ଏଭଳି ନହେବା ଦ୍ଵାରା ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ। ତା’ଛଡ଼ା ତାଙ୍କୁ ନିଜର ମନପସନ୍ଦ ବିଭାଗ ବି ମିଳି ନଥିବା କୁହାଯାଉଛି। ଏହି କାରଣରୁ ଅବଦୁଲ ସତ୍ତାର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏଯାଏଁ ଅବଦୁଲ ସତ୍ତାରଙ୍କ ଇସ୍ତଫା ପତ୍ର ଗ୍ରହଣ କରି ନାହାନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ ଅବଦୁଲ ସତ୍ତାରଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି ଦଳରୁ ବିଦା କରିଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସେ ଶିବସେନାରେ ସାମିଲ ହୋଇଥିଲେ। ତାଙ୍କୁ ଶିବସେନା ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ମଧ୍ୟ କରିଥିଲା ଏବଂ ବିଜୟୀ ହୋଇଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.