ନୂଆଦିଲ୍ଲୀ : ୟସ୍ ବ୍ୟାଙ୍କରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟକୁ ଦେଖି ଏବେ ଚିନ୍ତାରେ ଗ୍ରାହକ। ବ୍ୟାଙ୍କର ଆର୍ଥିକ ସ୍ଥିତି ବିଗିଡିବା ଯୋଗୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ୟେସ୍ ବ୍ୟାଙ୍କ କାରବାର ଉପରେ କଟକଣା ଜାରି କରିଛନ୍ତି। ଏଠାରେ ଏବେ ଟଙ୍କା ଉଠାଣ ଉପରେ କଟକଣା ଜାରି କରାଯାଇଥିବା ବେଳେ ଗ୍ରାହକ ଏକ ପ୍ରକାର ହଡବଡେଇ ଯାଇଛନ୍ତି। ଅନ୍ୟପଟେ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଗଲାଣି। ଗୋଟିଏ ପଟେ କଂଗ୍ରେସ ନେତା ‘ୟସ୍ ବ୍ୟାଙ୍କ’କୁ ‘ନୋ ବ୍ୟାଙ୍କ’ କହିବା ବେଳେ ଅନ୍ୟପଟେ ଏହା ମୋଦି ସରକାରଙ୍କ ଚାଲ ବୋଲି ବିରୋଧୀ କହିଲେଣି। ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ୟସ୍ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକ ଆଦୌ ବିଚଳିତ ହେବା ଉଚିତ୍ ନୁହେଁ। କାହିଁକିନା ସେମାନଙ୍କ ଟଙ୍କା ସୁରକ୍ଷିତ ରହିଛି। ଶୁକ୍ରବାର ନିର୍ମଳା ଏହା କହିବା ସହ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ସହ ସମ୍ପର୍କରେ ରହିଛନ୍ତି ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି। ଆଉ ଆର୍ବିଆଇ ଯେତେ ସମ୍ଭବ ଏହାର ସମାଧାନ କରିବ ବୋଲି ମଧ୍ୟ ନିର୍ମଳା କହିଛନ୍ତି।
ୟସ୍ ବ୍ୟାଙ୍କରେ ସୁରକ୍ଷିତ ଅଛି ଜମାକାରୀଙ୍କ ଟଙ୍କା: ଅର୍ଥମନ୍ତ୍ରୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_poei on ୧୫ ଦିନ ପାଇଁ ବଢ଼ିଲା ସର୍ବକ୍ଷମା ଅବଧି
- mostbet_ebot on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- 1win_dsot on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
- 1win_ckot on ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା ନେଇ ସତର୍କ ସୂଚନା ଜାରି
- modernfashionzone on ଆଜିର ରାଶିଫଳ
