ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟର ପୁନର୍ଗଠନ ସମ୍ପର୍କିତ ବିଧେୟକ ସଂସଦରେ ଗୃହୀତ ହେବା ପରେ ରାଜ୍ୟ ସୁରକ୍ଷା ପରିସ୍ଥିତି ବାବଦରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ସମୀକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଜାମ୍ମୁ-କାଶ୍ମୀରର ଅଳ୍ପ କିଛି ସ୍ଥାନରେ ପଥର ଫିଙ୍ଗିବା ଭଳି ଘଟଣା ଘଟିଥିବା ଜଣାଯାଇଛି। ପୁଞ୍ଚ ଜିଲାରେ ଏହି ପଥର ପିଙ୍ଗା ହୋଇଛି। ଏଥିରେ ଜଣେ ପୁଲିସ ଅଧିକାରୀ ସାମାନ୍ୟ ଆହତ ହୋଇଥିବା କୁହାଯାଇଛି। ସେହିପରି କାର୍ଗିଲ ଜିଲାରେ ୩୭୦ ଧାରା ଉଚ୍ଛେଦକୁ ବିରୋଧ କରି ବନ୍ଦ ପାଳନ କରାଯାଇଛି। ତେବେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟପାଳ ସମସ୍ତ ଜିଲାର ଡେପୁଟି କମିସନରମାନଙ୍କୁ ନିର୍ଦେଶ ଦେଇଛନ୍ତି। ରାଜଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କୁ ଜରୁରୀ ସେବାକୁ ସ୍ବାଭାବିକ କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ଡାକ୍ତରଖାନାଗୁଡିକ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ଓ ଲୋକମାନେ ବଜାରରୁ ଦୈନନ୍ଦିନ ଜିନିଷ କିଣାବିକା କରୁଥିବା ଅଧିକାରୀମାନେ କହିଛନ୍ତି। ସେହିପରି ବିଜୁଳି ଓ ପାଣି ଯୋଗାଣ ସ୍ବାଭାବିକ ଥିବା କୁହାଯାଇଛି। ରାଜଭବନ ମୁଖପାତ୍ର କହିଛନ୍ତି ଯେ ପର୍ଯ୍ୟଟକ କିମ୍ବା ସାଧାରଣ ଲୋେକ ଅସୁବିଧାର ସମ୍ମୁଖୀନ ହେଲେ ନିକଟସ୍ଥ ଥାନା କିମ୍ବା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦିଆଯାଇଛି। ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଧେୟକ ଗୃହୀତ ହେବାର ଅଳ୍ପ କିଛି ସମୟ ମଧ୍ୟରେ ୧୦୦ରୁ ଅଧିକ ରାଜନେତା ଓ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଲୋକମାନେ ଶାନ୍ତିଶୃଙ୍ଖଳାରେ ବିଶୃଙ୍ଖଳା ସୃଷ୍ଟି କରିବା ଆଶଙ୍କା କରି ପୁଲିସ ଆଗୁଆ ପଦକ୍ଷେପ ନେଇଛି। ତେବେ କାଶ୍ମୀରର ତିନିଟି ଯାକ ଅଞ୍ଚଳରେ ପରିସ୍ଥିତି ସ୍ବାଭାବିକ ରହିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର ରାତିରେ ରାଜ୍ୟପାଳଙ୍କୁ ଭେଟି ରାଜ୍ୟର ସୁରକ୍ଷା ପରିସ୍ଥିତି ବାବଦରେ ଆଲୋଚନା କରିଥିଲେ। ରାଜ୍ୟବାସୀଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ଉଭୟ ନିଷ୍ପତ୍ତି ନେଇଛନ୍ତି।
ଜାମ୍ମୁ-କାଶ୍ମୀରର କେତେକ ସ୍ଥାନରେ ପଥରଫିଙ୍ଗା ଆରମ୍ଭ
????????????????????????????????????
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- StuartLig on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- CedricImmus on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- aviator_fust on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Leonardrek on ଆଜିର ରାଶିଫଳ
- Vivod iz zapoya na domy_zjsa on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
