ନୀଳଗିରି -ନୀଳଗିରି ଅବକାରୀ ବିଭାଗ ସ୍ଥାନୀୟ ବ୍ଲକର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଚଢାଉ କରି ୪୭ଲିଟର ଚୋରା ଦେଶୀ ମହୁଲି ମଦ ସହ ଏକ ବାଇକ (ନଂ.ଓଆର୦୧ଜେ୦୮୯୦)ଜବତ କରିଛି । ଏନେଇ ବିଭାଗରେ ମାମଲା (ନଂ.୮୦/୧୮, ୮୧/୧୮ ଓ ୮୨/୧୮) ରୁଜୁ ହୋଇଛି। ଗିରଫ ବେପାରୀମାନେ ହେଲେ କପ୍ତିପଦା ଥାନା ଭାଲୁବସା ଗାଁର ରମୟ ହେମ୍ବ୍ରମ, ସ୍ଥାନୀୟ ଥାନାର ମଖାପଦା ଗାଁର ନାଥ ସିଂ ଓ ଏମକେପୁର ଗାଁର ବାସନ୍ତୀ ବେହେରା। ଉପନିରୀକ୍ଷକ ଲକ୍ଷେସାଧବ ପ୍ରଧାନଙ୍କ ନେତୃତ୍ୱରେ ସହକାରୀ ଉପନିରୀକ୍ଷକ ଜୟନ୍ତୀ ଆଚାର୍ଯ୍ୟଙ୍କ ସମେତ ଅବକାରୀ ଟିମ୍ ଚଢାଉରେ ସାମିଲ ଥିଲେ ।