ଇତିହାସ ରଚିଲେ ମେରିକମ : ୬ ଥର ବିଶ୍ଵ ଚମ୍ପିଆନ

Odisha Hot News
1 Min Read

ନୂଆଦିଲ୍ଲୀ,୨୪/୧୧: ସୁପରମମ ଏମଏସି ମେରି କମ ବିଶ୍ଵ ବକ୍ସିଂ ଚମ୍ପିଆନସିପରେ ଷଷ୍ଠ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ଦିଲ୍ଲୀର କେଡି ଯାଧବ ହଲରେ ଆୟୋଜିତ ୪୮ କିଲୋଗ୍ରାମ ଫାଇନାଲ ଲଢେଇରେ ସେ ୟୁକ୍ରେନର ହନ୍ନା ଓକୋତାଙ୍କୁ ୫-୦ରେ ମାତ୍ ଦେଇ ବିଶ୍ଵ ରେକର୍ଡ ଷଷ୍ଠ ଥର ମହିଳା ବିଶ୍ଵ କପ ଟାଇଟଲ ଜିତିବାର ଗୌରବ ହାସଲ କରିଛନ୍ତି।

ମେରି କମ ଷଷ୍ଠ ଟାଇଟଲ ଜିତିବାରେ ପ୍ରଥମ ମହିଳା ବକ୍ସର । ଏହି ବିଜୟ ସହିତ ୩୫ ବର୍ଷୀୟ ଷ୍ଟାର ଭାରତୀୟ ବକ୍ସର ଆୟରଲାଣ୍ଡର କେଟି ଟେଲରଙ୍କୁ ପଛରେ ପକାଇ ସର୍ବାଧିକ ୬ ଥର ବିଶ୍ଵ ଚମ୍ପିଆନସିପ୍ ଜିତିବାରେ ପ୍ରଥମ ମହିଳା ହେବାର ବିଶ୍ଵ ରେକର୍ଡ କରିଛନ୍ତି। ଏହା ପୂର୍ବରୁ ମେରି କମ ଓ ଟେଲର ୫-୫ ଥର ବିଶ୍ଵ ଚମ୍ପିଆନସିପ୍ ଟାଇଟଲ ଜିତିଥିଲେ।

Share This Article
Leave a comment