ପୁରୀ : ଦେବସ୍ନାନ ପୂର୍ଣ୍ଣିମାର ଦିନକ ପୂର୍ବରୁ ଆଇନଶୃଙ୍ଖଳା ଉପରେ ପୁଲିସ ଆଇଜିଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପସ୍ଥିତ ପୁଲିସ ଅଫିସରଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ସମୀକ୍ଷା ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ କହିଛନ୍ତି, ଦେବସ୍ନାନ ପୂର୍ଣ୍ଣିମାକୁ ଶାନ୍ତିଶୃଙ୍ଖଳାର ସହ ଶେଷ ପାଇଁ ପୁରୀ ସହରରେ ୧୨୪ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି। କେବଳ ଶ୍ରୀମନ୍ଦିର ଭିତରେ ୨୦ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଶ୍ରୀମନ୍ଦିର ବାହାରେ ୯୨ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଭିତରେ ଆଇନଶୃଙ୍ଖଳା ଓ ଟ୍ରାଫିକ୍ ପାଇଁ ୨ ଜଣ କମାଣ୍ଡାଣ୍ଡ, ୮ ଜଣ ଏଏସପି, ୧୧ ଜଣ ଡିଏସ୍ପି, ୧୨୨ ଜଣ ଏସ୍ଆଇ ଓ ଏଏସ୍ଆଇ, ୧୨ ଜଣ ହାବିଲଦାର, ୧୩୩ ଜଣ କନଷ୍ଟେବଳ ଓ ୧୦୮ଜଣ ହୋମଗାର୍ଡ଼ ନିୟୋଜିତ କରାଯାଇଛି। ଶ୍ରୀମନ୍ଦିର ବାହାରେ ଜଣେ କମାଣ୍ଡାଣ୍ଡ, ଜଣେ ଏଏସ୍ପି, ୪ ଜଣ ଡିଏସ୍ପି, ୫ ଜଣ ଏସ୍ଆଇ ଓ ଏଏସ୍ଆଇ, ୨୪ ଜଣ ହାବିଲଦାର, ୧୦ ଜଣ ଟ୍ରେନି ହାବିଲଦାର, ୧୧୯ ଜଣ କନଷ୍ଟେବଳ, ୪୪ ଜଣ ଟ୍ରେନି କନଷ୍ଟେବଳ, ୩୮୦ ଜଣ ହୋମଗାର୍ଡ଼ ନିୟୋଜିତ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣ ଅବା ଅନ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଶ୍ରୀମନ୍ଦିର ଚାରିପାଖରେ ସିସିଟିଭି ଲଗାଯାଇଛି। ୪ ଜଣ ସାଧା ପୋଷାକଧାରୀ ଦଳଙ୍କୁ ଶ୍ରୀମନ୍ଦିର ଭିତରେ ନିୟୋଜିତ କରାଯାଇଛି। ୬ଟି ଆଣ୍ଟି ସାବୋଟେଜ୍ ଟିମ୍, ଗୋଟିଏ ଏସଟିୟୁ ୟୁନିଟ୍ଙ୍କୁ ବି ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ଏଡ଼ାଇବା ପାଇଁ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯାଇଛି। ବେଳାଭୂମିରେ ଭକ୍ତଙ୍କ ସୁରକ୍ଷା ପାଇଁ ସମୁଦ୍ରକୂଳ ଥାନା ଅଧିକାରୀଙ୍କ ତତ୍ତ୍ବାବଧାନରେ ଲାଇଫ ଗାର୍ଡ଼ଙ୍କୁ ମୁତୟନ କରାଯାଇଛି।
ସ୍ନାନଯାତ୍ରା ପାଇଁ ଟ୍ରାଫିକ କଡ଼ାକଡି
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Henrygaw on ପୁଣି ଖାକି ରେ କଳଙ୍କ,ପ୍ରେମିକ ସହ ମିଶି ନାବାଳିକା ସହ ଦୁଷ୍କର୍ମ କଲେ ପୋଲିସ ଏ ଏସ ଆଇ ।
- JamarcusOdolf on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- Jackwah on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- AlonzoExalo on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- HowardCat on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
