ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

Odisha Hot News
0 Min Read

ନୂଆଦିଲ୍ଲୀ : ଜମ୍ମୁ – କାଶ୍ମୀର ପୁଞ୍ଚରେ ଆଜି ପୁଣି ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ଏହାର କଡ଼ା ଜବାବ୍ ଦେଇଛନ୍ତି ଭାରତୀୟ ସେନା। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ନିୟନ୍ତ୍ରଣ ରେଖା ନିକଟରେ ପ୍ରବଳ ଗୁଳିଗୋଳା ମାଡ଼ କରିଥିଲା ପାକ୍। ଏହାଫଳରେ ୨ଜଣ ଭାରତୀୟ ଯବାନ ଆହତ ହୋଇଥିବାର ଖବର ମିଳିଛି।

ଅପରପକ୍ଷରେ , ପାକିସ୍ତାନକୁ ଭାରତୀୟ ଯବାନ ଦୃଢ଼ ଜବାବ ଦେଇ, ପାକିସ୍ତାନର ୪ଟି ପୋଷ୍ଟ ଧ୍ବଂସ କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ଏହାଫଳରେ ୩ଜଣ ପାକ୍ ସୈନ୍ୟ ନିହତ ହୋଇଥିବାର ସୂଚନା ମିଳିଛି।

Share This Article
Leave a Comment