ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ପରିଚାଳନାଗତ ତ୍ରୁଟି ଯୋଗୁ ୪ ବୁଥ୍‌ରେ ସାନି ମତଦାନ

Odisha Hot News
1 Min Read

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି  ୫ ଲୋକ ସଭା ଓ ୩୫ ବିଧାନସଭା ଭୋଟ ଗ୍ରହଣ କରାଯାଉଛି। ତେବେ ପ୍ରଥମ ପର୍ଯ୍ୟାୟ ଭଳି ଏଥର ମଧ୍ୟ ନିର୍ବାଚନରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୁନ୍ଦରଗଡ଼ ବିଧାନସଭାର ୨୧୩ନଂ ବୁଥ୍‌, ବଣାଇର ୧୨୯ନଂ ବୁଥ୍‌ ଓ ଦଶପଲ୍ଲାର ୨୧୦ ଏବଂ ୨୨୨ ନଂ ବୁଥ୍‌ରେ ପରିଚାଳନାଗତ ତ୍ରୁଟି ହୋଇଥିବା ଜଣାପଡ଼ିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଥମେ ଇଭିଏମ୍‌ ମେଶିନରେ ତ୍ରୁଟି ଥିଲା। ମାତ୍ର ତାକୁ ଠିକ୍‌ ଭାବେ ବଦଳାଯାଇ ନ ଥିଲା। ଏମ୍‌ପି ସ୍ଥାନରେ ବିଧାୟକ ମେଶିନ ଲଗାଯାଇଥିଲା। ଏହା ମନୁଷ୍ୟାକୃତ ତ୍ରୁଟି। ସମ୍ପୃକ୍ତ କର୍ମଚାରୀଙ୍କ ବିଷୟରେ ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଇଓ କହିଛନ୍ତି। ଏଣୁ ଉକ୍ତ ବୁଥ୍‌ ଗୁଡ଼ିକରେ ସାନି ମତଦାନ ନିମନ୍ତେ ସୁପାରିଶ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

 

Share This Article
Leave a Comment