କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର , ଅପରାଧୀ ଲିଟୁ ଆହତ

Odisha Hot News
1 Min Read

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ ଦେବୀପ୍ରସାଦ ଓରଫ ଲିଟୁ ଦାସ (୩୦)ଙ୍କୁ ଜିଲା ପୋଲିସ ରବିବାର ବିଳମ୍ବିତ ରାତିରେ ଏନକାଊଣ୍ଟର କରିଛି ା ଲିଟୁଙ୍କ ଡାହାଣ ଗୋଡର ଆଣ୍ଠୁ ତଳ ଓ ଉପର ଅଂଶରେ ଦୁଇଟି ଗୁଳି ଲାଗିଛିା ଗୁରୁତର ଭାବେ ଆହତ ହୋଇଥିବା ଲିଟୁକୁ ପ୍ରଥମେ ମାର୍ଶାଘାଇ ମେଡିକାଲ ଏବଂ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତରୁ ହେବାରୁ ଆଜି ତାକୁ କଟକ ସ୍ଥାନାନ୍ତରିତ କରାଯାଇଛି।

ସୂଗତକାଲି ରାତିରେ ଲିଟୁ ଦାସ ପୁଲିସ ଆଖିରେ ଧୁଳି ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବୌଦ୍ଧ ଗଡ଼ାର ତିଖିରୀ ରାସ୍ତାରେ ଖସି ପଳାଉଥିବା ବେଳେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ଵାର୍ଡ ପୁଲିସ ଓ ମାର୍ଶାଘାଇ ପୁଲିସ ତାର ପିଛା କରିଥିଲେ। ହେଲେ ଲିଟୁ ଦାସ ପୁଲିସ ଉପରକୁ ପ୍ରଥମେ ଗୁଳି କରି ଖସିଯିବାକୁ ଚେଷ୍ଟା କରୁଥିବା ସମୟରେ ମାର୍ଶାଘାଇ ଆଇଆଇସିଙ୍କ ପାଲଟା ଆତ୍ମରକ୍ଷା ଗୁଳିରେ ଲିଟୁ ଦାସ ଆହତ ହୋଇଥିଲା।  ଆହତ ଅବସ୍ଥାରେ ଘଟଣାସ୍ଥଳରୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଥିଲା ପୁଲିସ।

Share This Article
Leave a Comment